Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପର ଚାଳ ତଳେ ପରିବାର ବର୍ଗ

ଜେ. ବି. ଏନ୍ (୧୯/୦୩/୨୦୨୧) ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡବୁଢ଼ାପଙ୍କ ଗ୍ରାମ ରେ ନିଆଁ ଲାଗି ଗୋଟିଏ ପରିବାରର ସମସ୍ତ ଜିନିଷ ପୋଡି ପାଉଁଶ ହୋଇଯାଇଛି। ସୂଚନା ମୁତାବକ ନେହେରୁ ନାଏକ (୬୦) ପିତା ନବୀନ ନାଏକ ଗତକାଲି ରାତି ରେ ପରିବାରବର୍ଗଙ୍କ ସହ ଶୋଇବା ପରେ ଭୋର୍ ପ୍ରାୟ ୧ଟା ୩୦ ମି. ସମୟରେ ଘରେ ନିଆଁ ଲଗାଯାଇଥିଲା। ନିଆଁ ଲାଗିବା ଜାଣିବା ପରେ ପରିବାର ଲୋକ ଘରୁ ବାହାରକୁ ପଳେଇ ଆସିଥିଲେ।

ପରିବାର ବର୍ଗ ଚିତ୍କାର ଶୁଣି ଗ୍ରାମବାସୀ ନିଆଁ ଲାଗି ଥିବା ଦେଖି ଦମକଳ ବାହିନୀ କୁ ଯୋଗା ଯୋଗ କରିଥିଲେ। ଦମକଳ ବାହିନୀ ଅଗ୍ନିକାଣ୍ଡ କୁ ନିୟନ୍ତ୍ରଣ କରିବା ସମୟ ମଧ୍ୟରେ ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା। ପରିବାରଙ୍କ ସମସ୍ତ ଜିନିଷ ପତ୍ର ନଷ୍ଟ ହୋଇଯାଇଛି। ସେ ଜଣେ ଭୂମିହୀନ ହୋଇଥିବାରୁ  ଜଣଙ୍କ ଘରର ଚାଲିଆ ତଳେ ଆଶ୍ରୟ ନେଇଛନ୍ତି। ଏହି ବିଷୟରେ ସରପଞ୍ଚ ଉଚ୍ଚବ ଦେହୁରୀ ଙ୍କ କହିବା ଅନୁଯାୟୀ ସେ ଏହି ଗ୍ରାମରେ ପ୍ରାୟ ୪୦ ବର୍ଷ ରୁ ଉର୍ଦ୍ଧ ହେବ ରହି ଆସୁଛନ୍ତି। ତାଙ୍କ ନାମରେ ଏକ ଆବାସ ଯୋଜନା ଆସିଥିଲେ ମଧ୍ୟ ତାଙ୍କୁ ଭୂମିହୀନ ହୋଇଥିବାରୁ ତାଙ୍କୁ ଘରଟି ତିଆରି କରିବା ପାଇଁ ପ୍ରତିବନ୍ଧ ସ୍ରୁଷ୍ଟି ହେଉଛି। ସରପଞ୍ଚ ମହୋଦୟ ଅଗ୍ନି ବିପନ୍ନ ପରିବାର ଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ପ୍ରାଶାସନିକ ସହାୟତା ମିଳିପାରି ନାହିଁ।

You missed