Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ମୁଣ୍ଡୁଳା ଠାରେ ବାଣାୟାତ ଓଡ଼ିଆ ସମାଜର ନିର୍ବାଚନୀ ସଭା ଅନୁଷ୍ଠିତ, ପ୍ରଫୁଲ୍ଲ ସଭାପତି, ସୁରେନ୍ଦ୍ର ସମ୍ପାଦକ ନିର୍ବାଚିତ 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର 🙁 ୨୧. ୦୩. ୨୦୨୧)-:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମୁଣ୍ଡୁଳା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଆଜି ଖଲ୍ଲିକୋଟ, ବିରୁଳି ଓ ବାଣପୁର ତାଲୁକା ବାଣ।ୟାତ ଓଡ଼ିଆ ସମାଜର ନିର୍ବାଚନୀ ମହାସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ଉଦୟନାଥ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ନିର୍ବାଚନୀ ସଭାରେ ପ୍ରଥମେ କୂଳ ଦୀପ ପ୍ରଜ୍ବଳନ କରାଯାଇ ପୂର୍ବତନ ସଭାପତି ସ୍ବର୍ଗତ ଅନ୍ତର୍ଯ୍ୟାମୀ ବିଶ୍ବାଳଙ୍କ ସ୍ମୃତିରେ ୫ମିନଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ବୈଠକରେ ବାଣୟାତ ସମାଜରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବ। ସହ ସଙ୍ଗଠନକୁ ସୁଦୃଢ କରି ଅସହାୟଙ୍କ ପାଇଁ ସମାଜ କାର୍ଯ୍ୟ କରିବ ବୋଲି ନିଷ୍ପତି ନିଆଯାଇଥିଲା। ପରେ ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବେ କୈରାଶି ସରପଞ୍ଚ ତଥା ଯୁବନେତା ପ୍ରଫୁଲ୍ଲ କୁମାର ସାହୁ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ଯୋଗେନ୍ଦ୍ର ଦାଶ, ରଘୁନାଥ ନାୟକ ଓ ସନ୍ୟାସୀ ଲେଙ୍କା ନିର୍ବାଚିତ ହୋଇଥିଲେ। ସାଧାରଣ ସମ୍ପାଦକ ଭାବେ ସୁରେନ୍ଦ୍ର ନାଥ ପ୍ରଧାନ, ସହ ସମ୍ପାଦକ ଭାବେ କବିରାଜ ଜେନା, ସଂଗଠନ ସମ୍ପାଦକ ଭାବେ ବିଜୟ କୁମାର ରାଉତ, ପବିତ୍ର କୁମାର ରାଉତ, ବିଜୟ ଚନ୍ଦ୍ର ବିଶ୍ୱାଳ, କୋଷ।ଧକ୍ଷ ଭାବେ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ସମୀକ୍ଷକ ଭାବେ ଭଗବାନ ପଲେଇ ଓ ଉପଦେଷ୍ଟା ଭାବେ ଚକ୍ରପାଣି ରାଉତ, ଗୋପାଳ ମଲ୍ଲିକ, ସୁଦର୍ଶନ ପ୍ରଧାନ, ବ।ଉରିବନ୍ଧୁ ପରିଡା ଓ ଭାସ୍କର ମଲ୍ଲିକ ମନୋନୀତ ହୋଇଥିଲେ । ଏହି ସମାବେଶରେ ସମସ୍ତ ତ।ଲୁକାର ସଦସ୍ୟ ଯୋଗଦେଇଥିଲେ ।

You missed