Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନାଗାଭରଣ ବେଶ ସୁବର୍ଣ୍ଣ ନିର୍ମିତ କରାଯିବା ପାଇଁ ଗଡିଲା ରଥ 

ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୨୩/୦୩/୨୦୨୧ ଢେଙ୍କାନାଳ : ବିଶ୍ବ ପ୍ରସିଦ୍ଧ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ବିଜେ କପିଳାସଙ୍କ ଦେବ ଦୁର୍ଲଭ ନାଗାଭରଣ ବେଶ ସୁବର୍ଣ୍ଣ ନିର୍ମିତ କରାଯିବା ପାଇଁ ଜିଲ୍ଲାପ୍ରଶାସନ ତରଫରୁ ନିଷ୍ପତି ନିଆଯାଇଛି ।

ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରୁ ଆଜି ଏକ ଦାନହୁଣ୍ଡି ରଥ ବାହାରିଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ଭୂମେଷ ଚନ୍ଦ୍ର ବେହେରା,ଉପଜିଲ୍ଲାପାଳ ଶ୍ରୀ ସଫଲ୍ୟ ମଣ୍ଡିତ ପ୍ରଧାନ, ADM (ଏ ଡି ଏମ) ଶ୍ରୀ ଶଶାଙ୍କ ଶେଖର ଦାସ, PD DRDA(ପିଡି ଡିଆରଡିଏ) ଶ୍ରୀ ନରୋତ୍ତମ ବେହେରା ଯୋଗଦାନ କରିଥିଲେ।

ଏପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ସୁବର୍ଣ୍ଣ କିମ୍ବା ଅର୍ଥ ଆକାରରେ ଦାନ କରିବା ପାଇଁ ନିବେଦନ କରାଯାଇଛି । ଭକ୍ତ ମାନେ ଶ୍ରୀଜୀଉଙ୍କ ଆକାଉଣ୍ଟରେ SBI BAZAR BRANCH DHENKANAL AC /NO – 40081367148 IFSC CODE – SBIN0008582(AC /NO -୪୦୦୮୧୩୬୭୧୪୮ IFSC CODE – SBIN୦୦୦୮୫୮୨) ଅନ୍‌ଲାଇନ୍ ମାଧ୍ୟମ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ତ ଦେବୋତ୍ତର ବିଭାଗରେ , ଜିଲ୍ଲାର ସମସ୍ତ ଉପ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ , ତହସିଲ ଓ ବ୍ଲକ କାର୍ଯ୍ୟାଳୟ ଠାରେ ଏବଂ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ବିଜେ କପିଳାସଙ୍କ ମନ୍ଦିର କାର୍ଯ୍ୟକୟରେ ସିଧା ସଳଖ ଅର୍ଥ କିମ୍ବା ସୁବ ଆକାରରେ ଦାଖଲ ଦେଇ ରସିଦ୍ ଗ୍ରହଣ କରିପାରିବେ । ଅଧିକ ତଥ୍ୟ ଜାଣିବା ପାଇଁ ନିମ୍ନ ପ୍ରଦତ୍ତ ଫୋନ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ ।

ଯୋଗାଯୋଗ ନମ୍ବର

1 ଦେବୋତ୍ତର ନିରୀକ୍ଷକ – 9439187782

2 ମୁଖ୍ୟ କିରାଣୀ – 9438109860

3 ବରିଷ୍ଟ କିରାଣୀ – 9763019909

4 ଜିମାଦାର କପିଳାସ – 8598940914