କେରିଅର ଲଞ୍ଚ ଇଣ୍ଟରନେସନାଲ ପକ୍ଷରୁ ଆନ୍ତର୍ଜାତିକ କବି ପ୍ରସନ୍ନ ଦଳେଇଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର (୦୪.୦୪.୨୦୨୧)-: ଗଞ୍ଜାମ ଜିଲ୍ଲା ପିତ୍ତଳ ଠାରେ ଚନ୍ଦ୍ରିକା ଆବାସିକ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ଅବସରରେ କେରିଅର ଲଞ୍ଚ ଇଣ୍ଟରନେସନାଲ ଅନୁଷ୍ଠାନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲାର କଳା ସାହିତ୍ୟ ସଂସ୍କୃତି କୁ ମନେ ପକାଇ ଉପସ୍ଥିତ ଅତିଥି ମାନେ ତାଙ୍କରି ବକ୍ତବ୍ୟ ରଖିଥିଲେ। ସେମାନଙ୍କ କହିବା ଥିଲା ଯେ ଗଞ୍ଜାମ ଜିଲ୍ଲା ହେଉଛି କଳା ସଂକୃତି ର ସହର ଏଠି ଅନେକ କବି ନିଜ କବିତା ରଚନା ଦ୍ୱାର ନିଜ ନିଜ ପରିଚୟ ରାଜ୍ୟ ଏବଂ ଦେଶ ବାହାରେ ସୃଷ୍ଟି କରିପାରିଛନ୍ତି।ଯେପରିକି କବିସୂର୍ଯ୍ୟ ବଳଦେବ ରଥ ଯିଏକି ତାଙ୍କରି ଚମ୍ପୁ ଛନ୍ଦ ଦ୍ୱାରା ଆମର ଏହି ଅଞ୍ଚଳର ନାମକୁ ଦେଶ ବିଦେଶରେ ପରିଚିତ କରିପାରିଛନ୍ତି,ସେହିପରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ଜଣେ ଅନନ୍ୟ କବି ଏମିତି ତ ଅନେକ କବି ଅଛନ୍ତି ଜାହାରି ନାମରେ ସହର ର ନାମ କରଣକରାଯାଇଛି କବିସୂର୍ଯ୍ୟ ବଳଦେବ ରଥ ଙ୍କ ନାମରେ କବିସୂର୍ଯ୍ୟ ନଗର ,ଭଞ୍ଜ କବିଙ୍କ ନାମରେ ଭଞ୍ଜ ନଗର ଏଭଳି ଅନେକ ନାମ ରହିଛି।ଏହି ସବୁ କଳା ସାହିତ୍ୟ କୁ ପୁର୍ନଜୀବିତ କରିବା ପାଇଁ ଆଜିର ଏହି କାର୍ଯ୍ୟକ୍ରମ ରେ କୋଣଅନୁକୋଣରେ ଥିବା କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଡକ୍ଟର ପ୍ରସନ୍ନ କୁମାର ଦଳାଇ ଙ୍କୁ ମଧ୍ୟ ଶ୍ରେଷ୍ଠ ସାହିତ୍ୟ ରୂପେ ସମ୍ବର୍ଦ୍ଧିତ କରାଯାଇଛି ,ସେ ହେଉଛନ୍ତି ଅନ୍ୟତମ ଯିଏକି ଜିଲ୍ଲା,ରାଜ୍ୟ ଦେଶ ବିଦେଶରେ ବୟସର ମଧ୍ୟାହ୍ନରେ ନିଜ ନାମକୁ ଇଁରାଜୀ କବିତା ମାଧ୍ୟମରେ ସମସ୍ତ ପାଖରେ ପହଞ୍ଚାଇ ଆମ ଅଞ୍ଚଳ ଓ ଦେଶରନାମ କୁ ପରିଚିତ କରାଇଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)
