Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କବିସୂର୍ଯ୍ୟ ରକ୍ତଦାନ ସେବାସଙ୍ଘ ର ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବ୍ରହ୍ମପୁର ( ୦୪.୦୪.୨୦୨୧)-: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର କଲ୍ୟାଣ ମଣ୍ଡପ ପରସର ରେ କବିସୂର୍ଯ୍ୟ ରକ୍ତଦାନ ସେବାସଙ୍ଘ ପକ୍ଷରୁ ବାର୍ଷିକ ଉତ୍ସବ ସହ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ର ପ୍ରତିଷ୍ଠାତା ତଥା ଶିକ୍ଷକ ସୁମନ୍ତ କୁମାର ଚର୍ଚ୍ଚି ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ରୂପେ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ କବିସୂର୍ଯ୍ୟ ନଗର ବ୍ଲକ ସହକାରୀ ଗୋଷ୍ଠୀଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ସମ୍ମାନୀତ ଅତିଥି ଭାବେ କବିସୂର୍ଯ୍ୟ ନଗର ର ପୂର୍ବତନ ନଗରପାଳ ମନୋରଞ୍ଜନ ମହାପାତ୍ର, କବିସୂର୍ଯ୍ୟ ନଗର ତହସିଲଦାର ଶ୍ରୀଯୁକ୍ତ ପ୍ରକାଶ ମିଶ୍ର, କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ମୁଖୀ, କବିସୂର୍ଯ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବଳୟ ଦେଉରୀ,ପୂର୍ବତନ ନଗର ପାଳିକା ତଥା ନଗର ବିଜେଡି ସଭାନେତ୍ରୀ ଲକ୍ଷ୍ମୀ ପ୍ରିୟା ସାହୁ, ନଗର ବିଜେଡି ସଭାପତି ଭଗବାନ ସ୍ୱାଇଁ , କବିସୂର୍ଯ୍ୟ ନଗର ବ୍ଲକ ଉପାଧ୍ୟକ୍ଷା ସଂଗୀତା ସ୍ୱାଇଁ, କବିସୂର୍ଯ୍ୟ ନଗର ଯୁବ ନେତା ତଥା ଯୁବ ସମାଜସେବୀ ବିକ୍ରାନ୍ତ ସାହୁ(ସିଲୁ),ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ସେବାସଂଘ ପ୍ରଶଂସା କରିବା ସହ ଆଗକୁ ଏହା କିପରି ଜିଲ୍ଲା ବାହାରେ ମଧ୍ୟ ସହାୟକ ହୋଇପାରିବ ସେନେଇ ସଙ୍ଘ ର ପ୍ରତିଷ୍ଠାତା କହିଥିଲେ । ଏଥିସହିତ ଅନେକ ବ୍ୟକ୍ତିବିଶେଷ ଙ୍କୁ ସଙ୍ଘ ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଛି। କାର୍ଯ୍ୟକ୍ରମ ର ଶେଷରେ କୁନି କୁନି କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ବସୁଦେବ ନାହାକ,ସୁରେଶ ଜେନା, କୁନାଲ ଦୀପ ଜେନା,ବାଲ୍ମୀକି ବିଶୋଇ, ଶ୍ରୀକାନ୍ତ ମହାରଣା, ଶିକ୍ଷକ ଦିବାକର ଶତପଥୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

You missed