Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଭଜ ନିତାଇ ଗୌର ରାଧା ଶ୍ୟାମ କୀର୍ତ୍ତନ ଆରମ୍ଭ

 

 

ଜେ ବି ଏନ, ୦୮/୦୪ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବରି ବ୍ଲକ ଅନ୍ତର୍ଗତ ମନ୍ଦାରି ପଞ୍ଚାୟତ ର ମେଦୁଆକୁଳ ଠାରେ ଥିବା ଦାସସାହିରେ ଆଜକୁ ଦୀର୍ଘ ୨୭ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଚାଲି ଆସୁଛି ଭଜ ନିତାଇ ଗ୍ୟୈର ରାଧା ଶ୍ୟାମ କୀର୍ତ୍ତନ । ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ଏହୀ ନଗର କୀର୍ତ୍ତନ ସମଗ୍ର ଦାସସାହି ତଥା ପଡ଼ାରେ ଆମିଷ ବନ୍ଦ ହୋଇଥାଏ।ସମଗ୍ର ଛୁଆ ଠାରୁ ବୁଢ଼ା ଓ ସ୍ତ୍ରୀ ଲୋକ ମାନଙ୍କ ମଧ୍ୟରେ ବେଶ ଉଲ୍ଲାସ ଓ ଉଦିପନା ଥାଏ। କାହିଁକି ନା ଏମାନେ ସମସ୍ତେ ତିନି ଦିନ ଧରି ଭାବ ବିଭୋର ହୋଇ ପ୍ରଭୁଙ୍କୁ ଅନ୍ତରରେ ଡାକିଥାନ୍ତି।ଭଜନ ପ୍ରେମି ପ୍ରତାପ କୁମାର ଦାସଙ୍କ ନେତୃତ୍ବରେ ନରୋତ୍ତମ ଦାସ,ସୋଭାଗ୍ୟ ଦାସ, ପ୍ରିୟରଞ୍ଜନ ଦାସ, ସୁନାକର ଦାସ, ଜ୍ୟୋତିର୍ମୟୀ ଦାସ, ବିପିନ ବିହାରୀ ଦାସ, ଉପେନ୍ଦ୍ର ଦାଶ, ରାକେଶ ଦାସ,ଅଭୟ ଦାସ, ପବିତ୍ର ଦାସ,କାଜଲ ଦାସ, ଏବଂ ଭାଗିରଥି ଦାସଙ୍କ ପ୍ରମୁଖ ମୂଖ୍ୟ ଭୂମିକା ଥାଏ ଏହି କୀର୍ତ୍ତନରେ ।