ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡସନ ଦ୍ଵାରା ଚୌଦ୍ଵାର ରେ ବହୁମୂଖୀ ମାଗଣା ସ୍ଵାସ୍ଥ୍ୟ ଶିବିର



ଇମ୍ଫା ଶିଳ୍ପଗୋଷ୍ଠୀର ସାମାଜିକ ଓ ଦାଇତ୍ଵବୋଧ ଶାଖା ବଂଶୀଧର ଓ ଇଲ୍ଲାପଣ୍ଡା ଫାଉଣ୍ଡସନ ଦ୍ଵାରା ଚୌଦ୍ବାର ସ୍ଥିତ ଯାତ୍ରା ପଡିଆ ନିକଟସ୍ଥ ଇଉନିଅନ ସ୍ପୋର୍ଟିଂ କ୍ଲବ ସହାୟତାରେ ଏକ ବହୁମୂଖୀ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏହି ଶିବିରଟି କୁ ଚୌଦ୍ବାର ମୁନିସିପାଲିଟିର ଅଧକ୍ଷ୍ୟା ଶ୍ରୀମତୀ ମାନସୀ ସ୍ଵର୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶ୍ରୀ ସୁଭେନ୍ଦୁ ସାମଲ , ଇମ୍ଫା ବରିଷ୍ଠ ଉପସଭାପତି ଶ୍ରୀ ଦୀପକ କୁମାର ମହାନ୍ତି , ସଭାପତି ଶ୍ରୀ ବିନୟ ଅଗରୱାଲା ଉଦ୍ଦଘାଟନ କରିଥିବାବେଳେ ମୁନିସିପାଲିଟି ପ୍ରାକ୍ତନ ଅଧକ୍ଷ ଶ୍ରୀ କୈଳାସ ଚନ୍ଦ୍ର ବେହେରା , ବିଧାୟକଙ୍କ ପ୍ରତିନିଧି ଶ୍ରୀ ବିଷ୍ଣୁ ପରିଡା , ୪ ନମ୍ବର ୱାର୍ଡ ର କାଊନସିଲର ଶ୍ରୀ ଅଜୟ କୁମାର ବେହେରା , ୧୬ ନମ୍ବର ୱାର୍ଡ ର କାଊନସିଲର ଶ୍ରୀ ଅଜୟ ବେହେରା, ୪୪ ମଣ୍ଡଳ ଦୋଳ ସଭାପତି ଶ୍ରୀ ଦୀପକ କୁମାର ମଙ୍ଗରାଜ, ଇମ୍ଫା ବରିଷ୍ଠ ଅଧିକାରୀ ମଧ୍ୟରେ ଡି ଜି ଏମ ଶ୍ରୀ ସାରଦା ପ୍ରସାଦ ରାଓ , ଶ୍ରୀ ଲଲାଟ କିଶୋର ମହାପାତ୍ର , ଶ୍ରୀ ମାନସ ପଣ୍ଡା , ଶ୍ରୀ ଅମିୟ ରଞ୍ଜନ ନାୟକ, ଶ୍ରୀ ସମରେନ୍ଦ୍ର ବେହୁରା , ଶ୍ରୀ ଉମେଶ ପଟ୍ଟନାୟକ, ଶ୍ରୀ ମାନସ ରଞ୍ଜନ ପ୍ରଧାନ , ଶ୍ରୀ ଆଶୀଷ ଦାସ, ରବୀନ୍ଦ୍ର ବେହେରା , ଶ୍ରୀ ବିଷ୍ଣୁ ସାହୁ , ଶ୍ରୀ ରଣଜୀତ ବେହେରା ଓ ଅନ୍ୟାନ୍ୟ ସ୍ଵେଚ୍ଛାସେବୀ ଯୋଗ ଦେଇ କାର୍ଯକ୍ରମ ସୁପରିଚାଳନା କରିବାରେ ସାହାଯ୍ୟ କରିଥିଲେ । ହାଇ ଟେକ ହସ୍ପିଟାଲର ଡକ୍ଟର ତନ୍ମୟ ମାହାଳି, ଡକ୍ଟର ସ୍ନିଗ୍ଧା ପଣ୍ଡା ( ସ୍ତ୍ରୀ ପ୍ରସୂତି ବିଭାଗ ), ଡକ୍ଟର ଶୁଭଲକ୍ଷ୍ମୀ ସାହୁ ( ଶିଶୁ ରୋଗ ବିଭାଗ ) ଡକ୍ଟର କୋଲିନ ମୁର୍ମୁ ( ଅସ୍ଥି ଶଲ୍ୟ ବିଭାଗ ), ଡକ୍ଟର ସବ୍ୟସାଚୀ ମହାପାତ୍ର ଓ ଅନ୍ୟାନ୍ୟ ସହକାରୀ ସ୍ଵାସ୍ଥ କର୍ମୀ ଙ୍କ ଦ୍ଵାରା ୨୬୭ ରୁ ଉର୍ଦ୍ଧ ରୋଗୀ ଚିକିତ୍ସିତ ହୋଇ ମାଗଣା ଔଷଧ ନେବାର ସୁଯୋଗ ପାଇଥିଲେ । ଚୌଦ୍ଵାର ର ଇଉନିଅନ ସ୍ପୋର୍ଟିଂ କ୍ଲବର ସଦସ୍ୟମାନେ ଶ୍ରୀ ପ୍ରତାପ ସାହୁ , ଶ୍ରୀ ଦେବେନ୍ଦ୍ର ପୃଷ୍ଟି , ଶ୍ରୀ ପ୍ରଦ୍ୟୁମ୍ନ ସାହୁ , ଶ୍ରୀ ସୁଶାନ୍ତ ବେହେରା , ଶ୍ରୀ ସନାତନ ଦଲାଇ , ଶ୍ରୀ ଧନେଶ୍ଵର ସାହୁ ଓ ଶ୍ରୀ କୈଳାଶ ସାହୁ ଆଦି ଉପସ୍ଥିତ ରହି ଇମ୍ଫାର ଏହି କାର୍ୟକ୍ରମକୁ ପ୍ରଶଂସା କରିଥିବା ବେଳେ କାର୍ଯ୍ୟକ୍ରମ ରେ ଖୁବ ସାହାଯ୍ୟ ର ହାତ ବଢେଇଥିଲେ । ଏହି କାର୍ୟକ୍ରମ କୁ ଇମ୍ଫା ଲୋକସମ୍ପର୍କର ଡି ଜି ଏମ ଶ୍ରୀ ଧୃବ ଚରଣ ରାଉତ ପରିଚାଳନା କରିଥିଲେ ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ।




