Spread the love

ରେଳ ଧାରଣା ରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତ ଦେହ

ଗତ କାଲି ଚୌଦ୍ୱାର ମଙ୍ଗୁଳି ରେଳ ଷ୍ଟେସନ ନିକଟରୁ ଜଣେ ଯୁବକ ର ଖଣ୍ଡ ବିଖଣ୍ଡିତ ମୃତ ଦେହ ମିଳିଛି l
ଉକ୍ତ ମୃତ ଦେହ କୁ ଜିଆରପି ପୋଲିସ ଓ ଚୌଦ୍ୱାର ପୋଲିସ ଶବ ବ୍ୟବଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଛନ୍ତି l
ଅନ୍ୟ ପକ୍ଷ ରେ ମୃତକ ଙ୍କ ବାଣିପଦା ଗ୍ରାମ ରେ ଶୋକାକୁଳ ପରିବେଶ ଓ ଉତେଜନା କୁ ଦୃଷ୍ଟି ରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ଉକ୍ତ ପଂଚାୟତ ରେ ମୁତୟନ କରାଯାଇଛି l ଗତ ତିନି ଦିନ ତଳେ ବାଣିପଦା ଗ୍ରାମ ରେ ଯାତ୍ରା ହେବା ସମୟ ରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିଗୋଳ ହେବା ସହ ଗଣ୍ଡଗୋଳ ହୋଇଥିଲା l
ଏହାକୁ ନେଇ ଗୋଟିଏ ଗୋଷ୍ଠୀ ମୃତ ପ୍ରତାପ ର ସାନ ଭାଇ ସମେତ ଅନ୍ୟ କିଛି ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ବଡ଼ ବଡ଼ ଇଟା ଓ ପଥର କୁ ଘର ଭିତର କୁ ଫୋପାଡ଼ିବା ସହ ମହିଳା ମାନଂକୁ ଗାଳି ଗୁଲଜ କରିବା ସହିତ ଧମକ ଦେଇଥିଲେ l
ପ୍ରତାପ କୁ ଜୀବନରୁ ମାରିଦେବେ ବୋଲି କହିକି ଯାଇଥିଲେ ବୋଲି ପରିବାର ଲୋକ ଚୌଦ୍ୱାର ଥାନା ରେ ସୋମବାର ଦିନ ସକାଳେ ଅଭିଯୋଗ କରିଥିଲେ ଏବଂ ପରିବାର ର ସୁରକ୍ଷା ପାଇଁ ନିବେଦନ କରିଥିଲେ l ପୋଲିସ ମାମଲା ରୁଜୁ କରିନଥିଲା ଓ FIR କୁ ଫେରାଇଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି l ଗତ କାଲି ରାତି ରେ ମଙ୍ଗୁଳି ଛକ ନିକଟସ୍ଥ ରେଳ ଷ୍ଟେସନ ଧାରଣା ରେ ପ୍ରତାପ ରାଉତ ର ଖଣ୍ଡ ବିଖଣ୍ଡିତ ମୃତ ଦେହ କୁ ପୋଲିସ ଜବତ କରି ଶବ ବ୍ୟବଛେଦ ପାଇଁ କଟକ ବଡ଼ ମେଡିକାଲ ପଠେଇ ଥିବାବେଳେ ପରିବାର ଲୋକ ଏହା ଏକ ହତ୍ୟା ବୋଲି ଅଭିଯୋଗ କରି ଚୌଦ୍ୱାର ଥାନା ରେ ଅଭିଯୋଗ କରିଥିବାର ଜଣା ପଡିଛି ଆଜି କଟକରୁ ଆମ୍ବୁଲାନ୍ସ ରେ ଶବ ବାଣୀପଦା ଗ୍ରାମକୁ ଆସିଲା ପରେ ହଜାର ହଜାର ଲୋକମାନେ ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ଦାବି କରି ଶବ କୁଛାଡି ନଥିଲେ ଥାନା ଅଧିକାରୀ ପ୍ରତିଶ୍ରୁତି ଦେଲାପରେ ଏକ ବିରାଟ ଶୋଭାଯାତ୍ରାରେ ସ୍ମଶାନ ରେ ଶୋକାକୁଳ ପରିବେଶରେ ଶବଦାହ କରାଯାଇଥିଲା

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍

Leave a Reply

Your email address will not be published. Required fields are marked *