Spread the love

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ପୁତ୍ରହରା “ବାପା ମା”

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଗ୍ରାମର ପ୍ରସନ୍ନ ବାରିକ ଏବଂ ତାଙ୍କ ସ୍ତ୍ରୀ ଚମ୍ପା ବାରିକ ପୁଅକୁ ନ୍ୟାୟ ଦେବା ପାଇଁ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟର ଦ୍ବାରସ୍ଥ ହୋଇଚନ୍ତି। ସୂଚନା ମୁତାବକ ପ୍ରସନ୍ନ ବାରିକଙ୍କ ପୁଅ ପଦ୍ମଚରଣ ବାରିକ (ଚିଣ୍ଟୁ) ଙ୍କର କିଛି ଦିନ ପୂର୍ବରୁ ତାଙ୍କର ସନ୍ତ୍ରୀ ଛକ ଅଂଚଳରେ ରାସ୍ତାରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିଲେ। ତେଣୁ ତାଙ୍କୁ ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟ କୁ ନେଇଥିଲେ। ଗୁରୁତ୍ତର ଥିବା ଜାଣି କଟକ ଏକ୍ ଘରୋଇ ଚିକିତ୍ସାଳୟ କୁ ନେଇଥିଲେ। କିଛିଦିନ ଚିକିସ୍ଥା ପରେ ଚିଣ୍ଟୁ ର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ଲୋକେ ଏନେଇ ଏହା ହତ୍ୟା ହୋଇଚି ବୋଲି ଥାନାରେ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ କୌଣସି ସୁଫଳ ମିଳିଲା ନାହିଁ ଯାହଫଳରେ ପୁଅକୁ ନ୍ୟାୟ ଦେବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ । ବହୁତ ଦିନ ବିତି ଯାଇଥିଲେ ମଧ୍ୟ ମୃତ ପରିବାରକୁ ନ୍ୟାୟ ମିଳି ନଥିବାର ଅଭିଯୋଗ ଆଣି ପୁଣି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିକଟରେ ଅଭିଯୋଗ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *