ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ “ରାଷ୍ଟ୍ରୀୟ ଏକତା ଦିବସ” ପାଳିତ
ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ଦ୍ବାରା ମହାବିଦ୍ୟାଳୟର ପରିସରରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୂଣ୍ୟ ତିଥ୍ ଅବସରରେ ଦେଶବ୍ୟାପୀ ଚାଲୁଥିବା ଏକତା ଦିବସକୁ ନିଆରା ଢଙ୍ଗରେ ପାଳନ କରାଯାଇଥିଲା I । ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକଅଧ୍ୟାପିକା, ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ସମସ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ସାହୁଙ୍କ ଅଧ୍ଯକ୍ଷତାରେ ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ବକୁ ବଜାୟ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏହାପରେ ମହାବିଦ୍ୟାଳୟରୁ ଏକ “ ଏକତା ଦୌଡ” ଆରମ୍ଭ କରାଯାଇଥିଲା, ଯାହା ସହର ପରିକ୍ରମା କରିଥିଲା Iଏହାପରେ ସଡ଼କ ସୁରକ୍ଷାକୁ କୁ ଦୃଷ୍ଟିରେ ରଖ୍ ଜାତୀୟ ସେବା ଯୋଜନାର ସମସ୍ତ ସ୍ୱେଚ୍ଛା ଛାସେବୀ ଓ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ ରର୍ବଟ୍ ଉଇଲସନ୍ ଭତ୍ରା ସହରର ବ ର ବସଷ୍ଟାଣ୍ଡ ନିକଟସ୍ଥ ଟ୍ରାଫିକ ପୋଷ୍ଟରେ, ଏକ ନିଆରା ଢଙ୍ଗରେ ଗାଡ଼ି ଚାଳକମାନଙ୍କୁ ଗୋଲାପ ଓ ସଚେତନତା ପତ୍ରିକା ଦେଇ ନିଜର ସୁରକ୍ଷା ତଥା ସମାଜ ସୁରକ୍ଷା ପାଇଁ ସଚେତିତ କରାଇଥିଲୋ ଯେଉଁଥ୍ରେ ଉକ୍ତ ସ୍ଥାନ ସ୍ଥାନରେ ଉପସ୍ଥିତ ଥିବା ଟ୍ରାଫିକ ପୋଲିସ କର୍ମଚାରୀ ସ୍ୱେଚ୍ଛାସେବୀମାନଙ୍କୁ ସହଯୋଗ କରିଥିଲେ ଏହି ମହତ୍ କାର୍ଯ୍ୟକୁ ଜିଲ୍ଲାର ବୁଦ୍ଧିଜୀବୀ ବୀ ମହଲରେ ପ୍ରଶଂସା କରାଯାଇଛି।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ସାହୁ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ ରର୍ବଟ୍ ଉଇଲସନ୍ ଭତ୍ରା, ଜିଲ୍ଲା ଜାତୀୟ ସେବା ଯୋଜନା ପାଳନା କାର୍ଯ୍ୟକ୍ରମ ଅଧିକାରୀ ଡଃ ଦେବରାଜ ପରିଡ଼ା, ଢେଙ୍କାନାଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଜାତୀୟ ସେବା ସେବା ଯୋଜନା କାର୍ଯ୍ୟକ୍ରମ ଅକାରିଣୀ ଅଧ୍ୟାପିକା ବିଦୁସି ମଧୁସ୍ମିତା, ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ମହାବିଦ୍ୟାଳୟ ପକ୍ଷରୁ ଜିଲ୍ଲା ପୋଲିସ ଓ ଟ୍ରାଫିକ ପୋଲିସ କର୍ମଚାରୀମାନଙ୍କୁ ନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଛି ।



