ଗୋପବନ୍ଧୁ ବଜାର ୧୧୫ତମ ଅଷ୍ଟପ୍ରହର ନାମଯଜ୍ଞ ଉଦ୍ଯାପିତଢେଙ୍କାନାଳ-୩୧/୧: ଢେଙ୍କାନାଳ ସହର ଗୋପବନ୍ଧୁ ବଜାର ଢଙ୍କୁଣିଆଁ ସାହିରେ ୧୧୫ତମ ଅଷ୍ଟପ୍ରହର ନାମଯଜ୍ଞର ଉଦଯାପିତ ହୋଇଯାଇଅଛି । ଗତ ୨୯ ତାରିଖ ବୁଧବାର ଦିନ ଅଧୁବାସ ପୂଜା ଆରମ୍ଭ ହୋଇ କୁଞ୍ଜରେ ଠାକୁରଙ୍କୁ ସ୍ଥାପନା କରାଯାଇଥିଲା । ଅହୋରାତ୍ର ନାମଯଜ୍ଞ ଅନୁଷ୍ଠିତ ହେବା ସହିତ ସଂଧାରେ ଆଳତୀ ଓ ଭୋଗ ଲାଗି କରାଯାଇଥିଲା । ଉଦ୍ଦଯାପନୀ ଦିବସରେ ଆଖପାଖ ଅଂଚଳର ୧୫ଟି ଦଳ ସଂକୀର୍ତନ ମଣ୍ଡଳୀ ଏକତ୍ରିତ ହୋଇ ବୈଠକ କୀର୍ତନ କରିଥିଲେ । ପରେ ଦଧୁହାଣ୍ଡି ଭଗ୍ନ, ନଗର କୀର୍ତନ ଓ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ଆୟୋଜନ କରାଯାଇଥିଲା । ପୂଜକ ହେମନ୍ତ ମଲ୍ଲିକ ସମସ୍ତ ପୂଜା ସୁଚାରୁ ରୂପେ ପାଳନ କରିଥିବାବେଳେ ସଭାପତି ସରୋଜ କୁମାର ମଲ୍ଲିକ, ସଂପାଦନ ସଂଗ୍ରାମ ମଲ୍ଲିକ ଓ କୋଷାଧ୍ଯକ୍ଷ ଅନନ୍ତ ମଲ୍ଲିକଙ୍କ ସମେତ ସାହିବାସୀନ୍ଦାମାନେ ଉପସ୍ଥିତ ରହି ଏହି ନାମଯଜ୍ଞକୁ ସୁପରିଚାଳନା କରିଥିଲେ ।
