Spread the love

ବଲାଙ୍ଗୀର: ରାଜ୍ୟରେ ବର୍ତମାନ ମ୍ୟାଟ୍ରିକ ପରୀକ୍ଷା ଚାଲିଛି । ଏହା ଭିତରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ବ୍ଲକ ଅନ୍ତର୍ଗତ ମୁରିବାହାଲ ହଳଦୀ ହାଇସ୍କୁଲରେ ପରୀକ୍ଷା ସମୟରେ କପି ସହ ଅବ୍ୟବସ୍ଥା ଅଭିଯୋଗ ହୋଇଥିଲା । ଯେଉଁଥିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସହିତ ୬ ଶିକ୍ଷକ ନିଲମ୍ବିତ ହୋଇଛନ୍ତି ।

ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲରେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ପରିଦର୍ଶନ କରିଥିଲେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ । ଏହି ସମୟରେ ପରୀକ୍ଷା କେନ୍ଦ୍ରରେ ଅନିୟମିତା ହେଉଥ‌ିବା ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ସୁପାରିଶ କରିଥିଲେ ।ଏହାପରେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିୱାଜୀ ଇସଲ୍ଲାରଙ୍କ ଅନୁମୋଦନକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦାପ ନାଗ ହଳଦୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ତଥା ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ଉମେଶ ବିଶ୍ଵାଳ ଓ ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ସୁବୁଦ୍ଧିଙ୍କୁ ନିଲମ୍ବିତ କରିଛନ୍ତି । ପରୀକ୍ଷାରେ ନିୟୋଜିତ ୪ ପ୍ରାଥମିକ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିବାକୁ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ମଧ୍ୟ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *