Spread the love

ପାଞ୍ଚଦିନ ପରେ ଅନଶନ ପ୍ରତ୍ୟାହୃତ

ଭଟଲି : ଭଟଲି ଅଧୀନସ୍ଥ କୁଶନପୁରୀଠାରେ ଥିବା ଦ୍ବିତୀୟ ଖାଟୁ ଶ୍ୟାମ ଭାବେ ମାନ୍ୟତାପ୍ରାପ୍ତ ଶ୍ରୀ ଶ୍ୟାମବିହାରୀ ମନ୍ଦିର ପ୍ରତିଷ୍ଠାତା ମାଧୋ ପ୍ରସାଦ ଅଗ୍ରୱାଲଙ୍କ ନାତି ବଜରଙ୍ଗଲାଲ ଅଗ୍ରୱାଲ ଗତ ମଙ୍ଗଳବାର ଦିନ ମନ୍ଦିରର ଅବ୍ୟବସ୍ଥା ବିରୋଧରେ ଅନଶନରେ ବସିଥିଲେ। ବର୍ତ୍ତମାନ ମନ୍ଦିରଟି ସରକାରଙ୍କ ଦେବୋତ୍ତର ବିଭାଗ ଦ୍ବାରା ପରିଚାଳିତ ହେଉଛି। ପାଞ୍ଚଦିନ ପର୍ଯ୍ୟନ୍ତ ଅନଶନରେ ବସିବା ପରେ ଦେବୋତ୍ତର ବିଭାଗ ପକ୍ଷରୁ କୌଣସି ଅଧିକାରୀ ତାଙ୍କ ସହ ଆଲୋଚନା ପାଇଁ ଆସିନଥିଲେ । ଏହା ସହିତ ପ୍ରସାଶନ ଅନଶନସ୍ଥଳକୁ ନଆସି ସକାଳେ ଉପଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ପାଇଁ ବଜରଙ୍ଗଲାଲଙ୍କୁ ଡକାଇଥିଲେ। ବୈଠକର ନିଷ୍ପତ୍ତ ଅନୁଯାୟୀ ତହସିଲଦାର ରାମକୃଷ୍ଣ ମିଶ୍ର ଓ ଏସ୍‌ଡିପିଓ ପଦାରବିନ୍ଦ ତ୍ରିପାଠୀ ଅନଶନସ୍ଥଳକୁ ଆସିଥିଲେ।

ଆସନ୍ତା ୯ ତାରିଖରେ ଭଟଲି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣି ରହିଛି। ଉକ୍ତ ଦିନ ଏହି ଅନଶନର ମୂଳ ଉଦ୍ଦେଶ୍ୟକୁ ସାଧନ କରିବା ପାଇଁ ପ୍ରସାଶନିକସ୍ତରରେ ପ୍ରକ୍ରିୟା ଆରମ୍ଭ କରାଯିବାର ଲିଖିତ ପ୍ରତିଶ୍ରୁତି ଦେବା ଦେବାପରେ ଶ୍ରୀ ଅଗ୍ରୱାଲ ଅନର୍ଶନ ପ୍ରତ୍ଯାହାର କରିଥିଲେ । ପ୍ରକାଶଥାଉକି ଏହି ଦିନ ଟ୍ରଷ୍ଟକୁ ଖାରଜ କରି ଟ୍ରଷ୍ଟ ଗଠନର ପ୍ରକ୍ରିୟା ଆରମ୍ଭକରାନଗଲେ ଆସନ୍ତା ୧୦ ତାରିଖରୁ ପୁଣି ଅନଶନରେ ବସିବେ ବୋଲି ଶ୍ରୀ ଅଗ୍ରୱାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ପରିଚାଳିତ ହେଉଥିବା ଶ୍ୟାମ ମନ୍ଦିରର ଟ୍ରଷ୍ଟ ବୋର୍ଡ ନୂତନ ଭାବେ ଗଠନ, ଏଥିରେ ସମସ୍ତ ବର୍ଗର ଜନସାଧାରଣଙ୍କୁ ସାମିଲ କରାଯି ମନ୍ଦିର ଆୟବ୍ୟୟ ହିସାବ ଟିକିନିଖି ଭାବରେ କରା‌ଯିବ, ଭାଙ୍ଗି ଦେଇ ଫୋପାଡି ଦେଇଥିବା ସ୍ବର୍ଗତ ମାଧୋ ବାବାଙ୍କ ପତ୍ନୀଙ୍କ ପ୍ରତିମୂର୍ତ୍ତିକୁ ପୁନଃ ସ୍ଥାପନ ଆଦି ଦାବି ନେଇ ଶ୍ରୀ ଅଗ୍ରୱାଲ ଅନଶନରେ ବସିଥିଲେ l

Leave a Reply

Your email address will not be published. Required fields are marked *