Spread the love

ଅନୁଗୋଳ: ବିଶ୍ୱ ସମ୍ବାଦ କେନ୍ଦ୍ର ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ନାରଦ ଜୟନ୍ତୀ ପାଳିତ

ଅନୁଗୋଳ:ବିଶ୍ୱ ସମ୍ବାଦ କେନ୍ଦ୍ର, ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସଂଘଚାଳକ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ସ୍ଥାନୀୟ ସାନ୍ଧ୍ୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ନାରଦ ଜୟନ୍ତୀ ପାଳିତ ହୋଇଯାଇଅଛି। ଅବସରପ୍ରାପ୍ତ ନ୍ୟାୟାଧୀଶ ଦୁର୍ଗାଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକତା ବୃତ୍ତିକୁ ଶ୍ରେଷ୍ଠ ସମାଜସେବା ଭାବେ ଅଭିହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅଜିତ କୁମାର ଧର ଓ ଦ୍ୱାରିକା ପ୍ରସାଦ ନନ୍ଦ ଯୋଗଦେଇ ଦେବର୍ଷୀ ନାରଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ଦାୟିତ୍ବ ନିର୍ବାହ କରିବାକୁ ଆହ୍ୱାନ କରିଥିଲେ। ମୁଖ୍ୟ ବକ୍ତା ଡ ସଦାନନ୍ଦ ପରିଡ଼ା ନାରଦ ମହର୍ଷିଙ୍କ ମହିମା ଓ ତାଙ୍କ ସାମ୍ବାଦିକତା ଶୈଳୀ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମାଜ, ପ୍ରମେୟ, ସମୟ, ଅନୁପମ ଭାରତ, ରିପୋର୍ଟର୍ସ ଟୁଡେ,ମହାଭାରତ,ଓଡ଼ିଶା ଭାସ୍କର, ସୂର୍ଯ୍ୟପ୍ରଭା, ଉତ୍କଳ ମେଲ୍, କାମୟାବ ଟିଭି, ଆରାଉଣ୍ଡ ଓଡ଼ିଶା, ନିର୍ଭୟ ସୂଚନା, ଧର୍ମଯୋଦ୍ଧା ଭଳି ପ୍ରମୁଖ ଗଣମାଧ୍ୟମର ବହୁ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସୁମନ୍ତ ଧଳ ଓ ରାମକୃଷ୍ଣ ତ୍ରିପାଠୀ ସଞ୍ଚାଳନ କରିଥିବା ବେଳେ ଅନିଲ ମହନ୍ତ, ଗୋପାଳ ମୁନ୍ଦ୍ରା, ଲମ୍ବୋଦର ବେହେରା, ବିଶ୍ୱଜିତ୍ ଦାଶ, ସୁଶିଲ ପଟେଲ, ସୁଶାନ୍ତ ନାଥ, ରଞ୍ଜନ ସାହୁ, ବିଭୂତି ନନ୍ଦ, ଡ ରଞ୍ଜନ ଭୂୟାଁ, ହରିହର ତୁଙ୍ଗ, ଉପେନ୍ଦ୍ର କୁମାର ପାତ୍ର, ଅମ୍ଳାନ ପାଣି, ନିପୁ ଭୂତିଆ, ଶିବନାଥ ସାହୁ, ବସନ୍ତ ପାଢ଼ୀ, ଦିଲ୍ଲୀପ ସାହୁ, ଚିନ୍ମୟ ସାହୁ, ସତ୍ୟଜିତ୍ ନାୟକଙ୍କ ସମେତ ଅନେକ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *