Spread the love

ପଶ୍ଚିମବଙ୍ଗରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ବିରୋଧୀ ତୃଣମୂଳ କଂଗ୍ରେସ ଶନିବାର ବିରୋଧୀ ଦଳ ନେତା ଓ ମୁଖ୍ୟ ସଚେତକ ନିଯୁକ୍ତି କରିଛି।

ଦଳ ବରିଷ୍ଠ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବରେ ନିଯୁକ୍ତ କରିଛି। ସେହିପରି ବିଧାୟିକା ଅସୀମା ପାତ୍ର ଏବଂ ନୟନା ବନ୍ଦୋପାଧ୍ୟାୟଙ୍କୁ ବିରୋଧୀ ଦଳ ଉପନେତା ଭାବରେ ନିଯୁକ୍ତ କରିଛି।

ଫିରହାଦ ହାକିମଙ୍କୁ ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରିଛି ଟିଏମସି। ଏକ ବିଜ୍ଞପ୍ତିରେ ଦଳ ନବନିଯୁକ୍ତ ନେତାମାନଙ୍କୁ ଅଭିନନ୍ଦନ ଜଣାଇଛି ଏବଂ ଜନସେବା ଏବଂ ବଙ୍ଗଳାବାସୀଙ୍କ ସ୍ୱାର୍ଥ ପାଇଁ ସେମାନଙ୍କ ପ୍ରତିବଦ୍ଧତାରେ ବିଶ୍ୱାସ ପ୍ରକାଶ କରିଛି।ଶନିବାର ପୂର୍ବାହ୍ନରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ବିଧାନସଭାରେ ବିଜେପି ରେକର୍ଡ ୨୦୭ ଆସନ ଜିତିଥିଲା ଏବଂ ତୃଣମୂଳ କଂଗ୍ରେସ ୮୦ ଆସନ ପାଇଥିଲା।

Leave a Reply

Your email address will not be published. Required fields are marked *