Spread the love

ବଡ ଧରଣ ଡକାୟତି ଯୋଜନା ପଣ୍ଡ, ଜଣେ ଅଟକ

ବଅଁରପାଳ, ୩/୬ – ବଅଁରପାଳ ଥାନା କଲେଜ ପାଖ ଏକ ସାହି ରେ ୪ ଜଣ ଯୁବକ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ବଅଁରପାଳ ପୋଲିସ କୋଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାରୁ ସେଠାରେ ତିନି ଜଣ ଯୁବକ ଏକ ମୋଟର ସାଇକେଲ ଯୋଗେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଏକ ଯୁବକକୁ ଥାନା ରେ ଅଟକ ରଖା ଯାଇଛି ଘଟଣା ପ୍ରକାଶ ଯେ ବଅଁରପାଳ କଲେଜ ପାଖ ଶୁଖୁଆ ସାହି ହରିଜନ ବସ୍ତିରେ ୪ ଜଣ ଯୁବକ ଏକ ତ୍ରିତ ହୋଇ ଏକ ବଡ଼ ଧରଣ ଡକାୟତି କରିବା ଯୋଜନା କରୁଥିଲେ। କୌଣସି ସୂତ୍ରରୁ ବଅଁରପାଳ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏହି ସମୟରେ ଆସାମୀ ମାନେ ପୋଲିସ କୁ ଦେଖି ସେଠାରୁ ମଟର ସାଇକେଲ ରେ ପଳାଇ ଯାଇଥିବା ଉଦମ୍ୟ କରୁଥିବା ବେଳେ ପୋଲିସ ବଳିଆ ନାଏକ ନାମକ ଯୁବକକୁ ଧରି ଥିଲା ଓ ଅନ୍ୟ ତିନି ଜଣ ଯୁବକ ଗୋତମରା ପାଇପ ଲାଇନ ପାର୍ଶରେ ଥିବା ଏକ ବୁଦୁବୁଦିଆ ପଡିଆ ରେ ଲୁଚି ଯାଇଥିଲେ ଘଟଣା ସ୍ଥଳକୁ କୁ ଅନୁଗୋଳ ଆଡିସ ନାଲ୍ ଏସ୍ପି, ଏସ୍ ଡିପିଓ ଓ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ପହଁଚି ଉକ୍ତ ଜାଗାକୁ ଘେରା ବନ୍ଧି କରି ଖୋଜା ଖୋଜି କରିଥିଲେ ଦିର୍ଘ ସମୟ ପରେ ମଧ୍ୟ ଆସାମୀ ମାନେ ପଡିଆ ରେ ନ ବାହାରିବାରୁ ପୋଲିସ ଡ୍ରୋନ କାମେରା ସାହାଯ୍ଯ ନେଇ ଖୋଜା ଖୋଜି କଲାପରେ ଜଣେ ଆସାମୀ କୁ ପୋଲିସ ଧରିଥିଲା ଉକ୍ତ ଆସାମୀ ମାନଙ୍କ ପାଖରେ ମାଉଜର ଥିବାର ପୋଲିସ ସନ୍ଦେହ କରିଛି ଧରା ପଡିଥିବା ଆସାମୀ ମାନେ ହେଲେ ବଳିଆ ନାଏକ( ୨୫) ଦିନେଶ୍ ନାଏକ (୨୭) ଅନ୍ୟ ଦୁଇ ଆସାମୀ କୁ ପାଠ ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଜଗି ରହିଥିବା ଜଣା ପଡିଛି।

ଅନୁଗୁଳରୁ ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାଙ୍କ ରିପୋର୍ଟ ପଲିଟିକାଲ ଖଟି ଓଡ଼ିଶା

Leave a Reply

Your email address will not be published. Required fields are marked *