Spread the love

ଭବାନୀପାଟଣା ଠାରେ ସମବାୟ ସଦସ୍ୟତା ମହାଅଭିଯାନ ” ସମ୍ବନ୍ଧ ” ର ଶୁଭାରମ୍ବ


ଭବାନୀପାଟଣା (ଜାଗ୍ରତ ଭାରତ )ଆଜି ସ୍ଥାନୀୟ ଟାଉନ ହଲ ଠାରେ ସମବାୟ ସଦସ୍ୟତା ମହାଅଭିଯାନ ” ସମ୍ବ ନ୍ଧ” ର ଶୁଭାରମ୍ବ ହୋଇଯାଇଛି। କୃଷି ଶିକ୍ଷା ସଦନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ “ସମ୍ୱନ୍ଧ “ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ରାଜ୍ୟ ର ବିଭିନ୍ନ ସ୍ଥାନରେ ନୂତନ ନିର୍ମିତ ଧାନମଣ୍ଡି ଓ ଅନ୍ୟାନ୍ୟ ଭିତ୍ତିଭୂମି ର ଭିତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କାର୍ଯ୍ୟକ୍ରମକୁ ଟାଉନ ହଲରେ ଉପସ୍ଥିତ ସମସ୍ତ ଅତିଥି,ସମବାୟ ସମିତି ସଭାପତି, ପରିଚାଳନା ପରିଷଦ ସଦସ୍ୟ,ସମ୍ପାଦକ ତଥା ଅଗ୍ରଣୀ କୃଷକ ମାନେ ଆଭାସୀ ମାଧ୍ୟମରେ ଦେଖିଥିଲେ।


ଟାଉନ ହଲ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟ ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ଶକ୍ତି ରଞ୍ଜନ ଶତପଥୀ,ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ସହକାରୀ ନିବନ୍ଧକ କଳାହାଣ୍ଡି ଅଜିତ କୁମାର ବଗର୍ତ୍ତୀ, ସହକାରୀ ମହା ସମୀକ୍ଷକ,କଳାହାଣ୍ଡି ମଣ୍ଡଳ, ସମବାୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।ଉପ ନିବନ୍ଧକ,ସମବାୟ ସମିତି ସ୍ୱରୂପ କୁମାର କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଏହି ସମବାୟ ସଦସ୍ୟତା ମହାଅଭିଯାନ ” ସମ୍ୱନ୍ଧ ” ର ଉଦ୍ଦେଶ୍ୟ ହେଉଛି ରାଜ୍ୟର ସମବାୟ ସଂସ୍ଥା ଗୁଡ଼ିକରେ ଅଧିକ ରୁ ଅଧିକ ସଦସ୍ୟତା କୁ ବିସ୍ତାର କରିବା, ପ୍ରାଥମିକ କୃଷି ସମବାୟ ସମିତି, ଲ୍ୟାମ୍ପସ୍ କୁ ସୁଦୃଢ଼ କରିବା ଓ ସମବାୟ ଆନ୍ଦୋଳନରେ ମହିଳା ଓ ଗ୍ରାମୀଣ ଯୁବବର୍ଗ ଙ୍କ ସହଭାଗିତା କୁ ବୃଦ୍ଧି କରିବା।
ସଦସ୍ୟତାରୁ ବଞ୍ଚିତ ପରିବାର ଚିହ୍ନଟ ଓ ଯୋଗଦାନ, ସ୍ଵେଚ୍ଛାସେବୀ ଭିତ୍ତିକ ପ୍ରସାର କାର୍ଯ୍ୟକ୍ରମ ଓ ମୋବାଇଲ ଆପ୍ଲିକେସନ ଭିତ୍ତିକ ନାମଲେଖା ଦ୍ଵାରା ପ୍ୟାକ୍ସ ଓ ଲ୍ୟାମ୍ପସରେ ମେଗା ସଦସ୍ୟତା ଅଭିଯାନ କୁ ସୁଦୃଢ଼ କରାଯିବ।
କଲାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ୧୬୩ ଟି ପ୍ୟାକ୍ସ ଓ ଲ୍ୟାମ୍ପସ କାର୍ଯ୍ୟରତ ଅଛି।

Leave a Reply

Your email address will not be published. Required fields are marked *