Spread the love

ବିଶ୍ବବ୍ୟାପୀ ଶ୍ରୀଜଗନ୍ନାଥଙ୍କ ଶ୍ଳୋକ ଓ ଆଦର୍ଶ ପ୍ରଚାର ହେବ 

 

ଜେ ବି ଏନ, ୦୯/୦୧/୨୦୨୧, (ରିପୋର୍ଟ, ପ୍ରଭାକର ବିଶ୍ଵାଳ), ଭୁବନେଶ୍ୱର : ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ପୁରୀ ବଡ଼ ଦାଣ୍ଡରେ ୧ଲକ୍ଷ ଦୀପଦାନ କରାଯାଇ କୋରନା ମୁକ୍ତ ବିଶ୍ୱ ପାଇଁ ଶ୍ରୀଜଗନ୍ନାଥ ଙ୍କୁ ପ୍ରାର୍ଥନା କରାଯାଇଛି।ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଅନନ୍ୟ।ବିଶ୍ୱ ଶାନ୍ତି ପାଇଁ ପ୍ରଭୁଙ୍କ ମହିମା ବିଶ୍ଵବ୍ୟାପୀ ପ୍ରଚାର କରିବା ପାଇଁ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛି।ଶ୍ରୀଜଗନ୍ନାଥ ମହୋତ୍ସବ ନାମରେ ଆଗାମୀ 12 ଜାନୁଆରୀ ସ୍ୱାମୀ ବିବେକାନନ୍ଦଙ୍କର ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଏହି ଅଭିନବ ଯୋଜନାର ଶୁଭାରମ୍ଭ କରାଯିବ।ସ୍ଥାନୀୟ ବ୍ଲାଇଣ୍ଡ ଆସୋସିଏସନ ପ୍ରେକ୍ଷାଳୟରେ ଏହି ଯୋଜନାର ଉଦଘାଟନ ହେବ।ଉଦଘାଟନ କରିବେ ଶ୍ରୀଜଗନ୍ନାଥ ମନ୍ଦିର ଛାତିସା ନିଯୋଗ ର ସଭାପତି ଶ୍ରୀ ପାଟଯୋସୀ ଜନାର୍ଦ୍ଦନ ମହାପାତ୍ର। ଅନ୍ୟ ଅତିଥି ମାନଙ୍କ ଭିତରେ ମୁଖ୍ୟ ବକ୍ତା ଭାବରେ ଯୋଗଦେବେ ପୂର୍ବତନ ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ।ସମ୍ମାନୀତ ଅତିଥି ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର।,ଆଡଭୋକେଟ ସୂର୍ଯ୍ୟ ନାରାୟଣ ଦାସ ଓ ବିଶିଷ୍ଟ ହୋଟେଲ ଶିଳ୍ପପତି ରାଜ କିଶୋର ପାତ୍ର।ସଭାରେ ଅଧ୍ୟକ୍ଷତା କରିବେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ତଥା ବର୍ତ୍ତମାନ ଶିକ୍ଷା ଓ ଅନୁସନ୍ଧାନର କୁଳପତି ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର।ଆଜି ସାମ୍ବାଦିକ ସମ୍ମିଳନୀରେ ଜଗନ୍ନାଥ ମହୋତ୍ସବର ଏହି ବିଶେଷ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।ଓଡ଼ିଶା ଇଣ୍ଟରନ୍ୟାସନାଲ ୫ଟି ସହଜ ଶ୍ଳୋକ ସମସ୍ତ ଜଗନ୍ନାଥ ଭକ୍ତ ମୁଖସ୍ଥ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ କରାଯାଇଛି।ଏହି ୫ଟି ଶ୍ଳୋକ ଭାରତର ସବୁ ଭାଷା ତଥା ବିଶ୍ବର ପ୍ରମୁଖ ଭାଷାରେ ଅନୁବାଦ କରାଯାଇ ବଣ୍ଟନ କରାଯିବ।ବିଶ୍ଵର ଯେଉଁ ଯେଉଁ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅବସ୍ଥିତ ଅଛି ,ସେହି ସବୁ ସ୍ଥାନ ମାନଙ୍କରେ ଗୋଟେ ଗୋଟେ କେନ୍ଦ୍ର ପ୍ରସ୍ତୁତ କରାଯାଇ ଏହି ପ୍ରଚାର ଅଭିଯାନକୁ ତ୍ବରାନ୍ବିତ କରାଯିବ।ବର୍ଷବ୍ୟାପୀ ଶ୍ରୀ ଜଗନ୍ନାଥ ମହୋତ୍ସବ ଅଭିଯାନ ଶ୍ରୀ ଜଗନ୍ନାଥ ଭକ୍ତ ମାନଙ୍କ ଉଦ୍ୟମରେ କାର୍ଯ୍ୟକାରୀ କରାଯିବ।ଜାତୀୟ ଯୁବା ଦିବସ ଅବସରରେ ୪ଜଣ କୃତି ଯୁବକଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ।