ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଆସୋସିଏସନ୍ର ବୈଠକ
ଢେଙ୍କାନାଳ, ୧୬/୯: ସ୍ଥାନୀୟ ଶ୍ରୀ ଶ୍ରୀ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ଥିବା ଲକ୍ଷ୍ମୀ ମନ୍ଦିର ଠାରେ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଆସୋସିଏସନ୍ର ଢେଙ୍କାନାଳ ଶାଖା ତରଫରୁ ସ୍ଥାୟୀ ସଭାପତି ଅମରେନ୍ଦ୍ର ନାଥ ନନ୍ଦଙ୍କ ସଭାପତିତ୍ରରେ ଅନୁଷ୍ଠିତ ହୋଇଯାଇଅଛି । ଅଧିବେଶନର ଉଦ୍ଦେଶ୍ୟ ବିଷୟରେ ସାଧାରଣ ସଂପାଦକ ବିନୋଦ କୁମାର ସାହୁ ଉପସ୍ଥାପନା କରିଥିଲେ । ଆଗାମୀ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ତା.୨୨.୦୯.୨୦୨୬ରିଖ ଠାରୁ ପ୍ରାରମ୍ଭ ହେଉଥିବାରୁ ପେନ୍ସନ୍ ତଥା ଅବସର କାଳୀନ ସୁବିଧା ଆଶାୟୀ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଜର ନ୍ୟାର୍ଯ୍ୟ ଦାବୀ ଉପସ୍ଥାପନ କରିବା ପାଇଁ ସକଳ୍ପ ନେଇଥିଲେ । ଉଚ୍ କ୍ଷମତା ସମ୍ପନ୍ନ କମିଟିର ଅଧ୍ୟକ୍ଷ ଅଶୋକ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ପେନ୍ସନ୍ ସମ୍ବନ୍ଧୀୟ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ବାଖର କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରିବା ନିର୍ମିତ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷା କର୍ମଚାରୀଙ୍କର ମନରେ ଗଭୀର ରେଖାପାତ ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ଠାରୁ ସମସ୍ତ ସରକାରୀ ଯୋଜନାରୁ ବଂଚିତ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ବର୍ତମାନ ହୈ ପରିପ୍ରେକ୍ଷୀରେ ରାଜ୍ୟର ୭୪୦୦ ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀ ଅବସର ନେଇଥିବା ସ୍ଥଳେ ୫୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀ ଆବଶ୍ୟକୀୟ ସାସ୍ଥ୍ୟ ସେବାରୁ ବଂଚିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଏହି ଶିକ୍ଷକ ଆନ୍ଦୋଳନ ଦୀର୍ଘ ଦୁଇ ଦଶନ୍ଧିରୁ ଭର୍ତ୍ତ ସମୟ ଅତିକ୍ରମ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଉଦାସୀନତା ନେଇ ପେନ୍ସନ୍ ନିୟମ ଥିବା ସତ୍ତ୍ୱେ ବିଭିନ୍ନ ପ୍ରକାରର ଅବତାରଣା କରି ଓଡିଶା ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କର ଆଦେଶକୁ ମଧ୍ୟ କାର୍ଯ୍ୟକାରୀ କରୁନାହାଁନ୍ତି ।
ଏହି ପରିପ୍ରେକ୍ଷୀରେ ଶିକ୍ଷକ ସଂଗଟନ ନିଷ୍ପତି ନେଉଛି ସରକାର ଆଗାମୀ ବିଧାନସଭା ଅଧିବେଶନରେ ପେନ୍ସନ୍ ତଥା ଅବସରକାଳୀନ ସୁବିଧାର ବ୍ୟବସ୍ଥା ନ କରନ୍ତି, ତାହାହେଲେ ଏହି ବର୍ଗର ଶିକ୍ଷକ ଆମରଣ ଅନସନ ସହ ଆତ୍ମହୁତି ଦେବାକୁ ପଶ୍ଚାତପଦ ହେବେ ନାହିଁ, ଏଥୁପାଇଁ ରାଜ୍ୟ ସରକାର ଦାୟୀ ରହିବେ । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଅଶ୍ୱିନୀ କୁମାର ରାୟ, ପୀତାମ୍ବର ଦାଶ, କୃପାସିନ୍ଧୁ ବେହେରା, ଅଜୟ କୁମାର ଦାଶ, ବିମଳ କୁମାର ପତି, ଦିଲ୍ଲୀପ କୁମାର ଦାଶ, ପ୍ରମୋଦ ଚନ୍ଦ୍ର ଦେହୁରୀ, ଚତୁର୍ଭୂଜ ମଲ୍ଲିକ, ତପନ କୁମାର ସାମଲ, ପବିତ୍ର ମୋହନ ରାଉତ, ହଳଧର ରାଉତ, ସଂଜୟ କୁମାର ହୋତା, ବିଜୟ କୁମାର ସାହୁ, ପ୍ରମୋଦ ବାରିକ, କୁଳମଣି ଧଳ ଓ ବସନ୍ତ ସେନାପତି ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ ।



