Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

NTPC ଆସ୍ପଣ୍ଡ ର ପାଉଁଶ ପାଇଁ ଗୋରୁଗାଈ ଏବଂ ମଣିଷଙ୍କ ଜୀବନ ବିପଦାପନ୍ନ 

 

ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଭାରତ ହେଉଛି ହିନ୍ଦୁ ଦେଶ, ହିନ୍ଦୁ ଧର୍ମ ରେ ଗୋରୁ ମାତାଙ୍କୁ ବେଶି ପ୍ରାଧାନ୍ୟ ଦିଆଯାଏ। ସେହି ଗୋ ମାତା ଆଜି ପ୍ରତି ମୂହୁର୍ତ୍ତ ରେ ନିଜ ଜୀବନ ବଞ୍ଚାଇବାକୁ ଡହଳବିକଳ ହେଉଛନ୍ତି। କେଉଁଠି ଗୋ ଚାଲାଣ ହେଉଛି ତ ଆଉ କେଉଁଠି ଗୋ ମାଂସ ଚାଲାଣ ହେଉଛି। ଆମେ ଆପଣ ମାନଙ୍କୁ ଯେଉଁ ଭିଜୁଆଲ ଟି ଦେଖେଇ ବାକୁ ଯାଉଛୁ ତାହା ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ NTPC ଆସ୍ପଣ୍ଡ, କିଭଳି ଭାବରେ ଗାଈ ଗୋରୁ ମାନେ ହନ୍ତସନ୍ତ ହୋଇ ଦିନ ଦିନ ଧରି ପାଉଁଶ ମଧ୍ୟରେ ଫସିରହି ଥିବାର ଦୃଶ୍ୟ।ଦିର୍ଘ ଦେଢ଼ ବର୍ଷ ପୂର୍ବେ ଆସ୍ପଣ୍ଡ

 

ର ପାଉଁଶ ପୋଖରୀ ରୁ ପାଉଁଶ ପାଣି ଓଭରଫ୍ଲୋ ହୋଇ ଏହି ଖାଲି ଥିବା ସ୍ଥାନ ରେ ଭର୍ତ୍ତି ହୋଇଥିଲା। ବଡ଼ ଦୁଃଖ ର ବିଷୟ ହେଉଛି NTPC ଏକ ଖାଲୁଆ ସଂସ୍ଥା , ଦୀର୍ଘ ଦେଢ଼ ବର୍ଷ ହେଲାଣି ଆସ୍ପଣ୍ଡ ର ପାଉଁଶ ପାଣି ପଶି ପାଉଁଶ ଜମି ରହିଛି, ସେଠାକୁ ଗାଈଗୋରୁ ମାନେ ଖାଦ୍ୟ ଅନ୍ବେଷଣରେ ଜାଇ ଫଶି ରହୁଛନ୍ତି। ଯଦି କେହି ବ୍ୟକ୍ତି ଦେଖୁଛନ୍ତି ତ ତାକୁ ବାହାର କରୁଛନ୍ତି ଯଦି କାହାର ନଜରକୁ ନ ଆସୁଛନ୍ତି ତାହାହେଲେ ମୃତ୍ୟୁ ବରଣ କରୁଛନ୍ତି। କଣିହାଁ ଠାରୁ ଡେରେଙ୍ଗ, ବୁଢାପାଳ ଜିବାରାସ୍ତା ହେଉଛି ପ୍ରାୟ ୧୦୦ ରୁ ଉର୍ଦ୍ଧ ଗ୍ରାମବାସୀ ଏହିରାସ୍ତା ଦେଇ ଯାତାୟତ କରନ୍ତି।ହେଲେ ଏଠି କଣିହାଁ ରୁ ଡେରେଙ୍ଗ ଜିବା ରାସ୍ତା ର ଦୁଇ ପାର୍ଶ୍ୱରେ ଦେଖିବାକୁ ମିଳେ ଅନେକ ଗଦା ଗଦା ପାଉଁଷ। ପ୍ରତିଦିନ ଶହ ଶହ ଟ୍ରକ ଯୋଗୋ ବୋହା ହୁଏ ଆସ୍ପଣ୍ଡ ପାଉଁଷ।ସାମାନ୍ୟ ବର୍ଷା କିମ୍ବା ସାମାନ୍ୟ ପବନ ହେଲ ଯାତାୟତ ପାଇଁ ବହୁ ଅସୁବିଧାର ସନ୍ମୁଖୀନ ହୁଅନ୍ତି ସ୍ଥାନୀୟ ବାସୀନ୍ଦା। ଏମିତିକି ପ୍ରଶ୍ନ ଉଠୁଛି ଏଠି ପ୍ରଶାସନ କରୁଛି କ’ଣ ? ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି NTPC ସହିତ ପ୍ରଶାସନ ସମ୍ପୃକ୍ତ, ଯାହାକି ନିରୀହ ଗୋରୁ ମାତା ଏବଂ ମଣିଷଙ୍କ ଜୀବନ ବିପଦାପନ୍ନ !

You missed