ଅନୁଗୋଳ ତହସିଲଦାରଙ୍କୁ ମରଣାତ୍ମକ ଆକ୍ରମଣ

ଜେ ବି ଏନ, ୩୦/୦୧/୨୦୨୧(, (ରିପୋର୍ଟ, ମଦନ ସାହୁ), :ଅନୁଗୋଳ, ଅନୁଗୋଳରେ ଦିନ କୁ ଦିନ ମାଟି ମାଫିଆଙ୍କ ଦାଦା ଗିରି ସବୁ ସୀମା ଟୋପି ଗୋଲାଣି କେତେ ବେଳେ ସାଧାରଣ ଲୋକଙ୍କ ଜୀବନ ଯାଉଛି ତୋ କେତେ ବେଳେ ଜୀବନ ରେ ମାରିଦେବା କୁ ଧମକ କେତେ ବେଳେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଏବେ ଅନୁଗୋଳ ଜିଲ୍ଲା ରେ ନୀତି ଦିନିଆ ଘଟଣା ରେ ପରିଣତ ହେଲାଣି ଅନୁଗୋଳରେ ଏବେ ରାଜସ୍ବ ଲୁଟରେ ମାଫିଆ ପୁରା ସକ୍ରିୟ ପ୍ରଭାବଶାଳି ରାଜନେତାଙ୍କ ଛତ୍ର ଛାୟା ରେ ଚାଲିଛି ଲୁଟ |ସାଧାରଣ ଜନତା ସରକାରୀ ବାବୁ ମାନେ ଜାଣି ବେଳେ ବେଳେ ଚୁପ ରହୁଛନ୍ତି କେତେ ବେଳେ ଚାକିରୀ ଯିବାର ଭୟ କେତେ ବେଳେ ଜୀବନ ପ୍ରତି ପରିବାର ପ୍ରତି ବିପଦ ପ୍ରଶାସନ ସବୁ ଜାଣିଚୁପ | ଗତ କାଲି ବିଳମ୍ବିତ ରାତିରେ ଆଙ୍କୁଲା ଗ୍ରାମରେ ବେଆଇନ୍ ଭାବେ ଟିପର OD19M9111ଓ ଜେସିବି OR19L7399 ଯୋଗେ ମାଟି ଚାଲାଣ ଖବର ପାଇ ଚଢାଉ କରୁଥିବା ବେଳେ ଅନୁଗୋଳ ଜିଲ୍ଲା ଅନୁଗୋଳ ତହସିଲଦାର ଆସିସଷ୍ଟାଣ୍ଡ କଲେକ୍ଟରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗତ କାଲି ମଧ୍ୟ ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ନାଲକୋ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି। ପ୍ରକାଶ ଥାଉକି ତହସିଲଦାର ଆସିସଷ୍ଟାଣ୍ଡ କଲେକ୍ଟର ଓ କିଛି ପୋଲିସ ଅଧିକାରୀ ମାନଙ୍କୁ ନେଇ OD-19H5644 ନମ୍ବର ବିଶିଷ୍ଟ ବୋଲେର ଗାଡ଼ିରେ ବୋଝେଇ ମାଟି ଖୋଳା ହଉଥିବା ଜାଗାକୁ ଯାଇଥିଲେ ସମୟରେ, ତହସିଲଦାରଙ୍କ ଗାଡିକୁ ଦୁର୍ଘଟଣା କରାଇବା ପରି ଗାଡି ଚାଳନା କରି ପଳାଇ ଯାଉଥିବା ବେଳେ,ତହସିଲଦାର ଉକ୍ତ ଟ୍ରାକଟର କୁ ପିଛାକରି ପାଣ୍ଡରା ଗ୍ରାମକୁ ପହଂଚି ଥିଲେ ତେବେ ତହସିଲଦାର ଘଟଣାସ୍ଥଳରୁ ଫେରିବା ସମୟରେ ଅଚାନକ ୫ଜଣ ଲୋକ ଗାଡିକୁ ଅଟକାଇବା କ୍ଷଣି ତହସିଲଦାର ବସି ଥିବା ବୋଲେର ଗାଡିକୁ ଭାଙ୍ଗିବା ସହ ଦୁଇ ଥାନା ଅଧିକାରୀ କୁ ଆକ୍ରମଣ କରିବା ସହିତ ତହସିଲଦାରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।ଆକ୍ରମଣରେ ତହସିଲଦାରଙ୍କ ଗାଡି ଭାଙ୍ଗି ରୁଜି ଯାଇଥିବା ବେଳେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ନାଲକୋ ଥାନା ଘଟଣା ସ୍ଥଳରେ ପହଁଚି ତହସିଲଦାର ଙ୍କୁ ଉଦ୍ଧାର କରିବା ସହିତ କୁଆଳୁ ଗ୍ରାମର ଗାଡ଼ି ମାଲିକ ଅନିଲୀ ବେହେରା ଜ୍ଞାନେନ୍ଦ୍ର ସାହୁ ଓ ବଳରାମ ପ୍ରସାଦ ଗ୍ରାମର ସୁରେଶ ନାୟକ ଓ ପିଙ୍କୁ ସ୍ୱାଇଁ କେସ ନୋ ୨୨/୨୧ (୫ଜଣକୁ) ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନାଲକୋ ଥାନା ପକ୍ଷରୁ ସୂଚନା ଦେଇଛନ୍ତି।




