Spread the love

ବ୍ରହ୍ମପୁର ଠାରେ ବିଭିନ୍ନ ସ୍ୱେଚ୍ଛା ସେଵୀ ସଂଗଠନ ପକ୍ଷରୂ ରକ୍ତ ଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର.. ବ୍ରହ୍ମପୁର ଏମକେସିଜି ବ୍ୟାଙ୍କରେ ରକ୍ତ ଅଭାବ ବିଷୟରେ ଜାଣିବା ପରେ ରକ୍ତଦାନ ଶିବିରର ବ୍ୟବସ୍ଥା କରିଥିଲେ ମିଳିତ ସ୍ୱେଚ୍ଛା ସେଵୀ ସଂଗଠନ. ସ୍ପନ୍ଦନ ଫାଉଣ୍ଡେସନ୍ ଟ୍ରଷ୍ଟ, ହେଲ୍ପିଂ ହ୍ୟାଣ୍ଡ ସୋସିଆଲ୍ ୱାର୍କର୍ସ ଟିମ୍, ମାଇ ସ୍କୁଲ୍ ଇଟାଲୀ, ସୁରଭି ପ୍ରଗତିଶୀଳ ସ୍ବେଚ୍ଛାସେବୀ ସଂଗଠନ, ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ, QED କ୍ଲାସସେସ ନାମକ ଏକ ଏନଜିଓ ମିଳିତ ଭାବରେ ମାଇ ସ୍କୁଲ ଇଟାଲୀ ପରିସର, ଟାଟାବେଞ୍ଜ ଛକ, ବ୍ରହ୍ମପୁର ଠାରେ ରକ୍ତଦାନ ଶିବିରର ଆୟୋଜନ କରିଥିଲେ | ସମସ୍ତ ଗୋଷ୍ଠୀର ସଦସ୍ୟମାନେ ଏହି ଶିବିରରେ ଯୋଗ ଦେଇଥିଲେ ଏବଂ 30 ୟୁନିଟ୍ ରକ୍ତ ସଂଗ୍ରହ କରିବା ପରେ ଶିବିର ସମାପ୍ତ କରିଥିଲେ। ଏହି ଶିବିର ପାଇଁ ଆମନ୍ତ୍ରିତ ମୁଖ୍ୟ ଅତିଥିମାନେ ହେଲେ ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସାଙ୍ଗମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ୍ଡୀ, କର୍ପୋରେଟର ସମୀର ମିଶ୍ର, ପ୍ରଖ୍ୟାତ ବ୍ୟବସାୟୀ ଶ୍ରୀ ଜଗନ୍ନାଥ ପାଢି, ମାଇ ସ୍କୁଲ ଇଟାଲୀ ର ନିର୍ଦ୍ଦେଶକ ଶ୍ରୀମତୀ ଉଷାରାଣୀ ପାଢି, ଆଡଭୋକେଟ୍ ପ୍ରଣବ ପଣ୍ଡା, ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ, ମହାନ ସଂଗଠନର ସଭାପତି ସୁଶାନ୍ତ ସାବତ, ଲାଅନ୍ସ ଧର୍ମା ରାଓ, ଲାଅନ୍ସ ସରସ୍ୱତୀ, ଆର୍ଯ୍ୟଭଟ ଫାଉଣ୍ଡେସନ ସୁଧୀର ରାଉତ, ମେଡିକାଲ ହେଲ୍ପ କେର ସନ୍ତୋସିନି ବେହେରା ଯୋଗ
ଦେଇଥିଲେ।

Leave a Reply

Your email address will not be published. Required fields are marked *

You missed