Spread the love

କେନ୍ଦୁଆ ବାହୁଡ଼ା ରଥଯାତ୍ରାରେ ଅଘଟଣ ———–

କେନ୍ଦୁଝର ଜିଲ୍ଲା ବାରିଆ ଥାନା କେନ୍ଦୁଆରେ ଅନୁଷ୍ଠିତ ହେଉଥିବା ବାହୁଡ଼ା ଯାତ୍ରା ଅବସରରେ ରଥକୁ ଉପଯୁକ୍ତ ସ୍ଥାନରେ ଛିଡା କରି ଠାକୁର ମାନଙ୍କୁ ରଥଉପରକୁ ଆଣିବା ସମୟରେ ରଥକୁ ସାଇଜ଼ କରୁଥିବା ବେଳେ ଉପରେ ଥିବା 11kvର ବିଦୂତ ତାର ସଂସ୍ପର୍ଶରେ ଆସି ଯିବାରୁ 2 ଜଣକର ଦୁଃଖଦ ମୃତ୍ୟୁ ଘଟିଛି ।
ମୃତକ ହେଉଛନ୍ତି ଭୁବନପୋଷି ଗ୍ରାମର ଯୁଗଳ କିଶୋର ବାରିକ ଓ କେନ୍ଦୁଆ ଗ୍ରାମର ବରୁଣ ଗିରି ବୋଲି ଜଣା ପଡ଼ିଛି ।

ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ କେନ୍ଦୁଆ ବହୁଡାୟାତ୍ରା ପାଇଁ ପ୍ରସ୍ତୁତି ଚାଲିଥିଲା ।ରାସ୍ତା ଉପରେ ମାଟି ଥିବାରୁ ହାତରେ ଠେଲି ରଥଟିକୁ ସଠିକ ସ୍ଥାନକୁ ନିୟଯାଉଥିଲା ।ଏହି ସମୟରେ ରଥ ଉପରେ ଥିବା 11kv ତାର ସଂସ୍ପର୍ଶରେ ଆସି ଯାଇଥିଲା ଲୁହାରଡ଼ରେ ତିଆରି ହୋଇଥିବା ରଥର ପତାକା ବାଡ଼ି ।ଫଳରେ ଲୁହାରେ ପ୍ରସ୍ତୁତି ରଥ ଦେହକୁ କରେଣ୍ଟ ଆସିଯାଇଥିଲା ଓ କିଛି ଲୋକ ଛିଟିକି ପଡି ଯାଇଥିଲେ ।
ତେବେ ସେଥି ମଧ୍ୟରୁ ଯୁଗଳ ଓ ବରୁଣଙ୍କୁ ଖୁବ ଜୋର ରେ ବିଦ୍ୟୁତ ଆଘାତ ଲାଗିଥିଲା ଏବଂ ଘଟଣା ଜାଗାରେ ପଡିଯାଇଥିଲେ ତୁରନ୍ତ ଉଦ୍ଧାର କରି
ଆମ୍ବୁଲାନ୍ସ ଯୋଗେ ଝୁମ୍ପୁରା ଡାକ୍ତରଖାନା ଭର୍ତ୍ତି କରିଥିଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍।

Leave a Reply

Your email address will not be published. Required fields are marked *

You missed