Spread the love

ବଳିଦାନର ପର୍ବ ଇଦ୍-ଉଲ୍-ଜୁହା ଢେଙ୍କାନାଳ ଜାମା ମସଜିଦ ରେ ପାଳିତ।

ଆଜି ଢେଙ୍କାନାଳ ମିନା ବଜାର ସ୍ଥିତ ଜାମା ମସଜିଦରେ ଇଦ୍-ଉଲ୍-ଜୁହା ପାଇଁ ନମାଜ ପାଠ କରାଯାଇଥିଲା।
ବଳିଦାନରେ ଇଶ୍ୱର ଖୁସି ହୁଅନ୍ତି, ସବୁ ଧର୍ମରେ ଏହାର ମହତ୍ୱ ରହିଛି। କିନ୍ତୁ ବଳିଦାନ ବାଧ୍ୟତାମୂଳକ ନୁହଁ।
ଏହି ପର୍ବ ହେଉଛି ଶାନ୍ତି , ତ୍ୟାଗ ଓ ବଳିଦାନର ପର୍ବ । ଏହି ପର୍ବରେ ସମସ୍ତେ ସମସ୍ତଙ୍କ ସହ ସ୍ନେହ ଶ୍ରଦ୍ଧା ଓ ବନ୍ଧୁତା କୁ ବଜାଇ ରଖିବାପାଇଁ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ସୟିଦ ମୁଖତାର ଅଲ୍ଲୀ (ଟାଉନ୍ ସଭାପତି, ମାଇନରଟି ସେଲ, ବିଜେଡି), ନୁରୁଲ ଇସଲାମ (ସହ ସମ୍ପାଦକ, ଜାମା ମସଜିଦ ପରିଚାଳନା କମିଟି), ଅସରଫ ଖାଁ (ସଭାପତି,ମାଇନରଟି ସେଲ ବିଜେଡି), ସମଦ ବେଗ (ସଭାପତି, ଜିମା ମସଜିଦ ପରିଚାଳନା କମିଟି), ହସରତ ହୁସେନ (ସମ୍ପାଦକ, ଜାମା ମସଜିଦ ପରିଚାଳନା କମିଟି) ଉପସ୍ଥିତ ରେ ଏହି ତ୍ୟାଗ, ବଳିଦାନ ଓ ସମର୍ପଣ ଉତ୍ସବ ପାଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

You missed