Spread the love

କେନ୍ଦୁଝର ଜିଲ୍ଲା ବଂସ୍ପାଲ୍ ସରକାରୀ ମେଡ଼ିକାଲରେ ମାମୁଲି ଚିକିତ୍ସାପାଇଁ ଟଙ୍କା ନେଉଥିବା ଅଭିଯୋଗ।

କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍ ଅନ୍ତର୍ଗତ ସରକାରୀ ମେଡ଼ିକାଲରେ ଛୋଟ ଛୋଟ ଚିକିତ୍ସା ପାଇଁ ଅଞ୍ଚଳ ବାସିନ୍ଦା ମାନଙ୍କୁ ଟଙ୍କା ମଗୁଥିବା ଭଳି ସଙ୍ଗୀନ ଅଭିଯୋଗ ହୁଏ। ଟଙ୍କା ନଥିଲେ ଚିକିତ୍ସା କରାଇବା କାଠିକର ପାଠ, କେନ୍ଦୁଝର ଜିଲ୍ଲାର ବାଂଶପାଲ ଏକ ଅନୁନ୍ନତ ପଛୁଆ ଅଂଚଳ ଏଠାରେ ଜୁଆଙ୍ଗ, ପାଉଡି ଭୂୟାଁ ପରି ଜନଜାତି ସହ ଅଧିକାଂଶ ଆଦିବାସୀ ଲୋକ ରୁହନ୍ତି। ଏମାନଙ୍କ ର ଫାଇଦା ଉଠାଇ ବାକୁ ପଛାଉନାହାନ୍ତି, ସରକାରୀ ମେଡ଼ିକାଲ କର୍ମଚାରୀ , ଯାହାର ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି ,ଏମାନେ ନିରୀହ ସରଳ ହୋଇ ଥିବାରୁ ସବୁ ବେଳେ ଲୁଣ୍ଠନର ଶିକାର ହୁଅନ୍ତି ପ୍ରତିବାଦ ହୁଏନି। କେଉଁ ଠିକାଦାର ଟାଉଟର ଅସାଧୁ କର୍ମଚାରୀ କ୍ୱାକ୍ ପରି ଲୋକେ ଏକାଠି ହୋଇ ଲୋକଙ୍କୁ ଦିନ ଦ୍ୱିପ୍ରହରରେ ଲୁଟ୍ କରୁଥିବା ଅଭିଯୋଗ ହୁଏ। ଏହି କ୍ରମରେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାହିଁକି ଯେ ରୋଗୀଙ୍କୁ ଲୁଣ୍ଠନ ନହେବ !! ଏଭଳି ଘଟଣା ଖବର ଆସିଛି କି ସ୍ଥାନୀୟ ସୁଡୁଙ୍ଗୁ ଗ୍ରାମର ଜଣେ ବ୍ୟକ୍ତି ସାଇକେଲରୁ ପଡ଼ି ଖଣ୍ଡିଆ ଖାବରା ହୋଇ ବାଂଶପାଳ ଡାକ୍ତରଖାନା ଆସିଥିଲେ। ସେଠାରେ ତାଙ୍କୁ ଡ୍ରେସିଂ କରିଥିବା କର୍ମଚାରୀ ମାତ୍ର ୭୫୦ ଟଙ୍କା ମାଗିଲା ହେଲେ ପଇସା ନଥିବାରୁ ଗରିବ ରୋଗୀ ଧାର ଉଧାର କରି ୬୦୦ ଟଙ୍କା ଦେଇ ଘରକୁ ଫେରି ଥିଲେ । ପୁଣି ଯେତେ ବେଳେ ବ୍ୟାଣ୍ଡେଜ ଖୋଲିବାକୁ ଗଲେ ପୁଣି ସେ ଡ୍ରେସିଂ କର୍ମଚାରୀ ଖୁସି ବାସିରେ ଟଙ୍କା ମାଗିଲା ୫୦ ଟଙ୍କା ଡିମାଣ୍ଡ କଲା। ଏହି କଥା ଦେଖି ଉପସ୍ଥିତ ଥିବା ଡ଼ାକ୍ତର ବାବୁ ମଧ୍ୟ ପ୍ରତିକାର କଲେନି କି ନିଜ ଷ୍ଟାଫକୁ ତାଗିଦ୍ କଲେନି ଓଲଟା ସାମ୍ବାଦିକଙ୍କୁ କ୍ୟାମେରା ବନ୍ଦ କର ନିର୍ଦ୍ଦେଶ ଦେଲେ। ଏହି କଥାର ଭିଡିଓ ରେକର୍ଡିଂ ହୋଇଛି ଦେଖିବା ସବୁ କଥାକୁ ଚପେଇ ଦେବାକୁ ମାହିର କେନ୍ଦୁଝର ସିଡିଏମଓ ଡାକ୍ତର କିଶୋର ପୃଷ୍ଟି କି ପଦକ୍ଷେପ ନେଇ ନିଜ ଇମେଜ୍ ବଞ୍ଚାଉଛନ୍ତି। ଗରିବ ରୋଗୀଙ୍କୁ ଏପରି ଦିନ ଦ୍ୱିପ୍ରହରରେ ଲୁଟ୍ ଲାଗି ସମସ୍ତେ ନିନ୍ଦା କରିଛନ୍ତି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ଅଧିକାରୀ ଦୃଷ୍ଟି ଦେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୁଏ।

କେନ୍ଦୁଝର ଜିଲ୍ଲାରୁ ରତିରଞ୍ଜନ୍ ବାରିକ ଙ୍କ ସହ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *

You missed