Spread the love

ଆଓ୍ବାର୍ଡ ପରିବାର ତରଫରୁ ବିଶ୍ବ ସର୍ପ ଦିବସ ପାଳିତ

ସାପ କାମୁଡା ଜନିତ ମୃତ୍ୟୁ ମୁକ୍ତ ଜିଲ୍ଲାରେ ପରିଣତ କରାଯିବ

ଢେଙ୍କାନାଳ, ତା. ୧୫.୦୭, ୨୦୨୩ରିଖ, ଆୱାର୍ଡ ପରିବାରର ବନ୍ୟଜୀବ ଓ ସାପ ଉଦ୍ଧାରକାରୀ ଦଳ ତରଫରୁ ସୌଦାମିନୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ସର୍ପ ଦିବସ ଉପଲକ୍ଷେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ବେହେରା ଅକ୍ଷତା କରି କହିଲେ, ଛାତ୍ରଛାତ୍ରୀମାନେ ସଚେତନ ହେଲେ ସାପ କୁମୁଡାରେ ମୃତ୍ୟୁ ବନ୍ଦ ହୋଇପାରିବ ବୋଲି ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ପରିବାରର ସଂପାଦକ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ମୂଖ୍ୟ ଅତିଥୁ ଭାବେ ଯୋଗଦେଇ କହିଲେ, ଢେଙ୍କନାଳ ଜିଲ୍ଲା ଗୋଟିଏ ସାପ ପ୍ରବଣ ଜିଲ୍ଲା । ୯୨ ପ୍ରଜାତିର ସାପ ଦେଖାଯାଉଥିବାବେଳେ ମାତ୍ର ୮ ପ୍ରଜାତିର ବିଷାକ୍ତ ଏବଂ ସାପ କାମୁଡାରେ ମଧ୍ୟ ବହୁତ ଲୋକଙ୍କ ପ୍ରାଣ ଯାଉଛି । ଯଦି ଆମ୍ଭେମାନେ ସଚେତନ ହେବା ତେବେ ନିଶ୍ଚିନ୍ତ ମୃତ୍ୟୁମୁଖରୁ ବଂଚିପାରିବା । ସାପ କାମୁଡାରେ ଯେପରି କୌଣସି ବି ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡିବେ ନାହିଁ ଆର୍ଡ ପରିବାର ତରଫରୁ ଜିଲ୍ଲା ପ୍ରଶାସନ, ରେଡକ୍ରସ, ଆପାଳ ବିଭାଗ, ବନ ବିଭାଗ ଏବଂ ଶିକ୍ଷା ବିଭାଗର ସହଯୋଗରେ ଜିଲ୍ଲାର ସମସ୍ତ ଗ୍ରାମପଂଚାୟତ, ବିଦ୍ୟାଳୟ ଏବଂ ଗୁରୁତ୍ଵପୂ ଜାଗାରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରିବାରର ସର୍ପ ବିଶେଷଜ୍ଞ ଇଂ. ସୌମ୍ୟଜିତ୍ ରଥ ଯୋଗଦେଇ କହିଲେ ତନ୍ତ୍ର, ମନ୍ତ୍ର, ଗୁଣି ଗାରେଜକୁ ବିଶ୍ବ ନକରି ସାପ କାମୁଡା ରୋଗୀକୁ ନିକଟସ୍ଥ ଡାକ୍ତରଖାନାରେ ପହଁଚାଇ ପାରିଲେ ଜୀବନ ରକ୍ଷା ସମ୍ଭବ ହୋଇପାରିବ । ଠକ ତାନ୍ତ୍ରୀକ ଓ ଗୁଣୀମାନଙ୍କ ବିରୁଦ୍ଧରେ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ପ୍ରଶାସନ ସହିତ ଆଲୋଚନା କରାଯିବ । ଆମ ଜିଲ୍ଲାକୁ ସାପ କାମୁଡା ଜନିତ ମୃତ୍ୟୁ ମୁକ୍ତ ଜିଲ୍ଲାରେ ପରିଣତ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ରଥ ଆହ୍ବାନ ଦେଇଥିଲେ । ପରିବାରର ଜୀବନ କଲ୍ୟାଣ ଅଧିକାରୀ ସମ୍ଭା ଡେମସ ଯୋଗଦେଇ କହିଲେ ସମସ୍ତ ଜୀବଜନ୍ତୁ ଓ ସାପମାନଙ୍କର ବଂଚିବାର ଅଧିକାର ଅଛି । ଜୀବଳକୁମାନଙ୍କ ପ୍ରତି ନିଷ୍ଠୁରତା ଆଚରଣ କରିବା ଅନୁଚିତ । ସାପ ଉଦ୍ଧାରକାରୀ ଦଳର ସଦସ୍ୟ ଶିଶିରକାନ୍ତ ସାହୁ ଏହି ଦୀପକ ବେହେରା ଯୋଗଦେଇ ଢେଙ୍କାନାଳ ଜିଲ୍ଲାରେ ଦେଖାଯାଉଥିବା ସାପମାନଙ୍କ ବିଷୟରେ ଆଲୋଚନା କରିଥିଲେ ଓ ଘରେ ଯଦି ସାପ ପଶେ ତାକୁ କୌଣସି ପ୍ରକାରର ହଇରାଣ ନକରି ସାପ ଉଦ୍ଧାରକାରୀ ଦଳ ଏବଂ ବନ ବିଭାଗ ସହିତ ଯୋଗାଯୋଗ କରିବାକୁ ବରିଷ୍ଠ ସଦସ୍ୟ ରାଜେଶ ନାୟକ, ସୂର୍ଯ୍ୟକାନ୍ତ ବେହେରା ଏବଂ ଶଙ୍କର ନାୟକ ଅନୁରୋଧ କରିଥିଲେ । ପରିଶେଷରେ ସୂର୍ଯ୍ୟକାନ୍ତ ବେହେରା ଏବଂ ଶଙ୍କର ନାୟକଙ୍କ ସହାୟତାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ଭକ୍ତିଲତା ଆଚାର୍ଯ୍ୟ, ଖୟତ୍ରୀ ମିଶ୍ର, ସୌଦାମିନୀ ଦଳେଇ, ପ୍ରଜ୍ଞାମୟୀ ରାଉତ, ମୋଣାଲିଶି ନାୟକ, ପ୍ରିୟାଶି ଦାଶ, ଅନିତା ପୃଷ୍ଟି ଏବଂ କିରଣବାଳା ଦେବୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଶିକ୍ଷୟିତ୍ରୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You missed