ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରଥମାଷ୍ଟମୀ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ଓ ବଳରାମ, କୃଷ୍ଣ, ସୁଭଦ୍ରା ଓ ଋକୃଣୀଙ୍କୁ ନୂତନ ବସ୍ତ୍ର ପରିଧାନ ଫୁଲ ହାର ତୁଳସୀ ହାର ଲାଗି କରାଯାଇଥିଲା। ବଲ୍ଲଭ ଭୋଗ ଲାଗି କରାଯାଇଥିଲା।୧୦ଟା ବେଳେ ଖେଚେଡ଼ି ଭୋଗ ମଧ୍ୟାହ୍ନ ରେ ମଙ୍ଗଳାଅର୍ପଣ ପୂଜା ଚକା ପୂଳି କାକରା,ମିଠାଓ ବିଭିନ୍ନ ପ୍ରକାରର ଫଳମୂଳ ଭୋଗ,ଅନ୍ନ ଧୂପ ଲାଗି କରାଯାଇଥିଲା। ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ରାତ୍ରଧୂପ ପରେ ପହଡ ପଡ଼ିବ। ପୂଜକ ଶ୍ରୀବତ୍ସ ମିଶ୍ର, ପୂଜକ ମଳୟ କର, କାହାଳିଆ ଟିକନ ବେହେରା, ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ପ୍ରଥମାଷ୍ଟମୀ ନିତି ସମ୍ପୂର୍ଣ ହେଇଥିଲା।
