Spread the love

୧୫ ତାରିଖରୁ ଲସା ଗ୍ରାମ ନିଶା ମୁକ୍ତ ହେବାକୁ ଘୋଷଣା କରି ଜନ ସଚେତନତା ପଦଯାତ୍ରା ଓ ସଭା

କୁଚିଣ୍ଡା:୯/୧୧: ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଲସା ଶାଖାର ସଭାନେତ୍ରୀ ମଞ୍ଜୁଲତା ପଧାନ, ସମ୍ପାଦିକା ସରୋଜିନୀ ଦେହୁରୀ,ଗ୍ରାମ ପଞ୍ଚ କମିଟି ସଭାପତି ହିର ଧର ପଧାନ,ସମ୍ପାଦକ ମିତ୍ର ଭାନୁ ପଧାନ ଙ୍କ ନେତୃତ୍ୱରେ ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସୁରେନ୍ଦ୍ର ସାଏ ଯୁବକ ସଂଘ ସମ୍ମୁଖରୁ ବାହାରି ଗ୍ରାମରେ ଥିବା ପାଞ୍ଚ ଗୋଟି ପଡ଼ା କୁ ପ୍ରାୟ ଦଶ କିଲୋମିଟର ରାସ୍ତା ବିଭିନ୍ନ ସ୍ଲୋଗାନ ଦେଇ ନିଶାମୁକ୍ତ ଗ୍ରାମ ଘୋଷଣା ପାଇଁ ଜନ ସଚେତନତା କରିଥିଲେ ।ଏହି ଅବକାଶ ରେ ମଞ୍ଜୁଲତା ଙ୍କ ସଭା ପତୀତ୍ୱରେ ଆୟୋଜିତ ସମାବେଶ ରେ ଅଭିଯାନର ଅବିଭକ୍ତ ସମ୍ବଲପୁର ଜିଲ୍ଲା ଆବାହକ ସୁବାସ ଚନ୍ଦ୍ର ନାୟକ ମହାତ୍ମା ଗାନ୍ଧୀ ଓ ଡ଼. ଆମ୍ବେଦକର ଙ୍କ ପ୍ରଦର୍ଶିତ ଅହିଂସା ମାର୍ଗରେ ଆସନ୍ତା ୧୫ ତାରିଖ ବୀର ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଓ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନରୁ ଲସା ଗ୍ରାମ କୁ ନିଶା ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ । ଏହି ପ୍ରସ୍ତାବ କୁ ସମର୍ଥନ କରି ସମାବେଶ ରେ ଉପସ୍ଥିତ ଥିବା ଅଭିଯାନ ର କୁଚିଣ୍ଡା ଉପଖଣ୍ଡ ଆବାହକ କରୁଣା କିସାନ, ବାମରା ବ୍ଲକ ଆବାହକ ଅଲେଖ କୁମାର ପତି, ଜମନ କିରା ବ୍ଲକ ଆବାହକ ଶ୍ରଦ୍ଧାକର ଜୟପୁରିଆ, ଯୁଗ୍ମ ଆବାହକ ରବୀନ୍ଦ୍ର ପଟେଲ ,କୁଚିଣ୍ଡା ବ୍ଲକ ଯୁଗ୍ମ ଆବାହକ ମୁରଲୀ ଧର ଶେଠ୍,ପୂର୍ବତନ ସରପଂଚ ଦ୍ବୟ ଜୟ କିଶୋର ମହାପାତ୍ର, ସୁନିଲ କୁମାର ପଧାନ, କିସାନ ସମାଜ କୁଚିଣ୍ଡା ଉପଖଣ୍ଡ ସଭାପତି ଶୋଭାରାମ ପଧାନ, କୁଚିଣ୍ଡା ବାର ଏସୋସିଏସନ୍ ସମ୍ପାଦକ ତଥା କୁଚିଣ୍ଡା ନଗର ଆବାହକ ସୁରେନ୍ଦ୍ର ଦେବ ,ଏମ.ବି.କେ. ସୁଷମା ବାଗ, ସି. ଆର. ପି. କୁମୋଦିନି ପଧାନ ପ୍ରମୁଖଙ୍କ ସମେତ ମହିଳା ମାନେ ଦୃଢ଼ ସମର୍ଥନ କରି ଗାଁ ର ସଂପୃକ୍ତ ବେନୀୟମ ନିଶା ବିକ୍ରୟ କରୁଥିବା ବ୍ୟକ୍ତି ଙ୍କୁ ନିଶା ବିକ୍ରି ନ କରିବାକୁ ଚେତାବନି ଦେଇ ଛନ୍ତି ।ଠିକ୍ ସେହି ପରି ନିଶା ପାନ କରି ଗଣ୍ଡଗୋଳ ଭିଆଉ ଥିବା ବ୍ୟକ୍ତିଙ୍କୁ ଚେତା ବନି ଦେଇ ଆବଶ୍ୟକ ହେଲେ ମୋଟା ଟଙ୍କା ଫାଇନ କରାଯିବ ବୋଲି ସ୍ଲୋଗାନ ମାଧ୍ୟମରେ ଚେତାବନି ଦେଇଛନ୍ତି । ଏହି ପଦଯାତ୍ରାରେ ମହାତ୍ମା ଗାନ୍ଧୀ ଓ ଡ଼ ଆମ୍ବେଦକର ଙ୍କ ଫଟୋ ସହ ବିଭିନ୍ନ ସ୍ଲୋଗାନ ଲେଖା ଥିବା ପ୍ଲାକାର୍ଡ ଧରି ଶତାଧିକ ମହିଳା ଓ ପୁରୁଷ ଗ୍ରାମ ପରିକ୍ରମା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସୁମତି ପଧାନ, ବିନତା ମାଝୀ, ତାରା ଲୁହା, ଦସୀ କିସାନ,ସୁଷମା ପେଣ୍ଠେଇ, କଲ୍ୟାଣୀ ପଧାନ,ସର ପଧାନ, ନଳିନୀ ପଧାନ, ବାସନ୍ତୀ ପଧାନ, ମଥୁରା ପଧାନ,ଫୁଲ ବାଗ, ଲକ୍ଷ୍ମୀ ଦେହୁରୀ, ପିଙ୍କି କଚ୍ଛପ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *