Spread the love

କଟକ : କଟକ ଗଣଦୁଷ୍କର୍ମ ମାମଲାରେ ପୋଲିସ ଡିଜିଙ୍କୁ ଭେଟିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ୍ । ଏନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ପ୍ରତିକ୍ରିୟାରେ ସୋଫିଆ କହିଛନ୍ତି, ଦଶହରା ସମୟରୁ କଟକରେ ଏହି ଗଣଦୁଷ୍କର୍ମ ହୋଇଥିଲା। ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ ନେଇ ପ୍ରଥମେ ପୁରୀଘାଟ ଥାନା ପରେ ସଦର ବାରଙ୍ଗ ଥାନାକୁ ମଧ୍ୟ ଯାଇଥିଲେ।କିନ୍ତୁ ପୋଲିସ ସେମାନଙ୍କର ଅଭିଯୋଗକୁ ଗ୍ରହଣ କରିନଥିଲା ।ମହିଳାଙ୍କୁ ସୁରକ୍ଷା ଦେବା ପୋଲିସର ପ୍ରଥମ ଦାୟିତ୍ୱ। କେଉଁ କାରଣରୁ ପୀଡ଼ିତାଙ୍କ ଅଭିଯୋଗ ରଖାଗଲା ନାହିଁ, ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଥିଲେ। ପୋଲିସ ଅଭିଯୋଗ ଗ୍ରହଣ ନକଲେ ପୋଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଏହାସହ ପୀଡିତା ପରିବାରର ସୁରକ୍ଷା ଏବଂ ପୀଡ଼ିତାଙ୍କ ପରିଚୟ ଗୋପନ ରଖିବାକୁ ମଧ୍ୟ ପୋଲିସ ଡିଜିଙ୍କ ପାଖରେ କଂଗ୍ରେସ ଦାବି କରିଛି। ଆବଶ୍ୟକ ପଡିଲେ ଉଭୟ ଥାନା ଘେରାଉ କରିବାକୁ ସୋଫିଆ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *