Spread the love

ଜିଲ୍ଲା କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି

ଅନୁଗୋଳ,ତା.୦୨.୦୨:- ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୬୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୫୩ଟି ବ୍ୟକ୍ତିଗତ ଓ ୭ଟି ଗ୍ରାମ୍ୟଭିତ୍ତୀକ ଅଭିଯୋଗର ଶୁଣାଣି ହୋଇଥିବାବେଳେ ୩ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ୭ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪୫ ହଜାର ଟଙ୍କା ଓ ୨ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ଅନୁଗୋଳ ବ୍ଲକ୍ ଅନ୍ତର୍ଗତ ହୁଲୁରୁସିଂହା ଗ୍ରାମର ଶ୍ରୀ କାଳିଆ ବେହେରାଙ୍କୁ ହୁଇଲ୍ ଚେୟାର ଏବଂ ବଅଁରପାଳ ବ୍ଳକ୍ ଅନ୍ତର୍ଗତ କୁଶପଙ୍ଗି ଗ୍ରାମର ଶ୍ରୀ ଅରବିନ୍ଦ ନାଏକଙ୍କୁ ଓ୍ୱାକିଂ ଷ୍ଟିକ୍ ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଶିବିରକୁ ଆସିଥିବା ଲୋକମାନେ ଗ୍ରାମ୍ୟ ସମସ୍ୟା, ସ୍ବାସ୍ଥ୍ୟ, ଗ୍ରାମିଣ ଆବାସ, ଜମିଜମା ସମ୍ବନ୍ଧୀୟ,ବ୍ୟକ୍ତିଗତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ ।

Leave a Reply

Your email address will not be published. Required fields are marked *

You missed