ବିପର୍ଯ୍ୟୟ ନିରାପତ୍ତା ସମ୍ୱନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ଅନୁଗୋଳ :- ତା.୦୨.୦୨: – ଆଜି ପୂର୍ବାହ୍ନରେ ଅନୁଗୋଳ ପି ଟି ସି ଊଚ୍ଚବିଦ୍ୟାଳୟ ଠାରେ ଏକ ସ୍କୁଲ ସ୍ତରୀୟ ବିପର୍ଯ୍ୟୟ ନିରାପତ୍ତା ସମ୍ୱନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏନ୍ ଡି ଆର ଏଫ୍, କଟକ ମଣ୍ଡଳଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ବନ୍ୟା, ବାତ୍ୟା, ବଜ୍ରପାତ,ନିଆଁ, ରାସ୍ତା ଦୁର୍ଘଟଣା, ପାଣି ବୁଡିରୁ ଛାତ୍ର ଛାତ୍ରୀମାନେ ନିଜକୁ କିପରି ରକ୍ଷା କରିପାରିବେ – ସେ ସମ୍ବନ୍ଧରେ ବିଭିନ୍ନ କଳା କୌଶଳ ମାଧ୍ୟମରେ ଏନ୍ ଡି ଆର ଏଫ୍ ଟିମ୍ଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆପାତକାଳିନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନା, ଅନୁଗୋଳ ତହସିଲଦାର ଶ୍ରୀ ଆଲୋକ କୁମାର ଦେହୁରୀଙ୍କ ସମେତ ପି ଟି ସି ଊଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ପ୍ରମୁଖ ଊପସ୍ଥିତ ଥିଲେ ।



