Spread the love

ତାଲୁକ୍ ଆଇନ ସହାୟତା କମିଟି, ତାଳଚେର ତରଫରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ତାଳଚେର, ୦୨/୦୫ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାକରଣ, କଟକ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ତାଲୁକ୍ ଆଇନ ସହାୟତା କମିଟି, ତାଳଚେର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ସତ୍ୟନାରାୟନ କରଙ୍କ ନିର୍ଦ୍ଦେଶ କ୍ରମେ ତାଲୁକ୍ ଆଇନ ସହାୟତା କମିଟି, ତାଳଚେର ଓ ଳଚେର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ତାଳଚେରର ସହଯୋଗରେ ରେ ଘଣ୍ଟପଡା ଗ୍ରାମ ପଞ୍ଚାୟତ ର ସଭାଘର ପରିସରରେ ” ଅନ୍ତର୍ଜାତୀୟ ଶ୍ରମିକ ଦିବସ” ପାଳିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ସତ୍ୟନାରାୟନ କର୍, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀଯୁକ୍ତ ଦୀପଙ୍କର ପଟ୍ଟନାୟକ, ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ଦଣ୍ଡାଧୀକାରି ଶ୍ରୀମତୀ ଧରୁବୀ ସୋଲାଙ୍କି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାକାରି ମିସ୍ କୃଷ୍ଣା ସୁବୁଦ୍ଧି ଓ ମିସ୍ ମେଘନା ପଣ୍ଡା, ଉପ-କଲେକ୍ଟର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ସତପଥୀ, ସହାୟକ ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ସନ୍ଦୀପ କୁମାର ରାଉତ, ଶ୍ରୀ ରାମ ଚନ୍ଦ୍ର ସ୍ବାଇଁ, କମିଟି ର ସଦସ୍ୟ ଶ୍ରୀଯୁକ୍ତ ରାମ ଚନ୍ଦ୍ର ସ୍ୱାଇଁ, ସହାୟକ ସରକାରି ଓକିଲ ଶ୍ରୀଯୁକ୍ତ ବାଉରୀବନ୍ଧୁ ବେଜ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚରେ ଉପସ୍ଥିତ ଥିଲେ । ଓଡ଼ିଶା କୋଠା ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଓଡ଼ିଶାର ସଦସ୍ୟମାନେ ଏହି ସଭାରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ, ସ୍ଥାନୀୟ ଜନସାଧାରଣ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ତାଳଚେରର କର୍ମଚାରୀମାନେ ଯୋଗ ଦେଇଥିଲେ। ବକ୍ତାମାନେ ଜାତିୟ ଆଇନସେବା ପ୍ରାଧିକରଣ ର ଯୋଜନା “ଅସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ଆଇନଗତ ସେବା, ସର୍ବନିମ୍ନ ମଜୁରୀ ଆଇନ, ଶିଳ୍ପ ବିବାଦ ଆଇନ, କାରଖାନା ଆଇନ ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସମ୍ପର୍କିତ ଯୋଜନା ଏବଂ ବନ୍ଧିତ ଶ୍ରମିକ ପ୍ରଣାଳୀ (ଉପଲୋପ), ଆଇନ ଉପରେ ସେମାନଙ୍କର ବକ୍ତବ୍ୟ ଉପରେ ଆଲୋକପାତ କରିଥିଲେ I ଓଡ଼ିଶା କୋଠା ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ବାରା ପ୍ରାୟୋଜିତ ବିବାହ ସହାୟତା ଏବଂ ଆର୍ଥିକ ସହାୟତା ପାଇଁ ଯୋଗ୍ୟ ପଞ୍ଜିକୃତ ହିତାଧୁକାରୀ ନାମାଙ୍କିତ ବ୍ୟକ୍ତିଙ୍କୁ କିଛି ଚେକ୍ ୭,୨୩,୦୦୦ ଟଙ୍କା ମୂଲ୍ୟର ବଣ୍ଟନ କରାଯାଇଥିଲା । ଓଡ଼ିଶା କୋଠା ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ଆହୁରି ନୂତନ ପଞ୍ଜୀକରଣ କରାଯାଇଛି। କାର୍ଯ୍ୟକ୍ରମରେ ଘଣ୍ଟପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ଅନ୍ୟାନ୍ୟ କର୍ମ ସାହାଜ୍ୟ ଓ ସହୋଯୋଗ କରିଥିଲେ । ସର୍ବଶେଷରେ ସହାୟକ ସରକାରି ଓକିଲ ଶ୍ରୀଯୁକ୍ତ ବାଉରୀବନ୍ଧୁ ବେଜ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You missed