ପ୍ରାୟ ସମୟ ପଡ଼ୁଛି ରେଳଫାଟକ, ପଥଚାରୀ ଓ ବିଭିନ୍ନ ମହଲରେ ଅସନ୍ତୋଷ
ତାଳଚେର, ୧୪/୦୫ ତାଳଚରେ ବାଇପାସ୍ ଛକ ଠାରୁ ହାଟତୋଟାକୁ ଯାଇଥିବା ମୁଖ୍ୟରାସ୍ତାରେ ରେଲୱେ ଫାଟକ ରହିଛି । ପ୍ରାୟ ସମୟରେ ଏହି ଫାଟକ ପଡ଼ୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ମୁଖ୍ୟରାସ୍ତାରେ କୋର୍ଟ, କଚେରୀ, ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ତହସିଲ, ଆରଆଇ, ରେଭିନ୍ୟୁ ଅଫିସ୍, ପୋରେଷ୍ଟ ଅଫିସ୍, ପଶୁଚିକତ୍ସାଳୟ, ମହିଳା ମହାବିଦ୍ୟାଳ, ଯୁବରାଜ ହାଇସ୍କୁଲ, ବିରାଦରପଡ଼ା ୟୁପି ସ୍କୁଲ, ଷ୍ଟେଟବ୍ୟାଙ୍କ, ଗ୍ରାମ୍ୟବ୍ୟାଙ୍କ, ପୋଷ୍ଟ ଅଫିସ୍, ପୌରପରିଷଦ ଚିକିତ୍ସାଳୟ ଏବଂ ଛୋଟବଡ଼ ସରକାରୀ ବେସରାକରୀ କାର୍ଯ୍ୟାଳୟର କର୍ମଚାରୀମାନେ ଅଫିସ୍ କାର୍ଯ୍ୟରେ ଯିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଦେଶର ଭବିଷ୍ୟତ, ଛାତ୍ରଛାତ୍ରୀ ଓ କୁନିକୁନି ପ୍ରତିଭାମାନେ ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି, ଗୁରୁତ୍ୱପୂର୍ଣ୍ଣ ଯାନ ଗୁଡ଼ିକ ଯଥା- ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ, ଜନନୀ ଏକ୍ସପ୍ରେସ୍ ଇତ୍ୟାଦି ଗାଡ଼ି ଗୁଡ଼ିକ ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହେଉଥିବା ବି ଲକ୍ଷ୍ୟ କରାଯାଇଛି । ତେବେ ଏପରି ସମସ୍ୟା ଉପୁଜୁଛି ଯେ, ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଯାନବାହାନ ଠିଆ ହେବାରୁ ଯାତାୟତରେ ବାଧାପ୍ରାପ୍ତ ହେଉଛି । ଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ଦେଖାଦେଉଛି । ତେବେ ଏଠାରେ ପ୍ରଶ୍ନ ଉଠେ କୋଇଲା ଖଣିରୁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟିଟଙ୍କା ରାଜସ୍ୱ ନେଉଥିବା ବେଳେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଓଭରବ୍ରିଜ ନିର୍ମାଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ଦିଗରେ ନା ଏମସିଏଲ ନା ସ୍ଥାନୀୟ ପ୍ରଶାସନ କେହି ହେଲେ ସାମାନ୍ୟତମ କର୍ଣ୍ଣପାତ ଓ ଦୃଷ୍ଟି ଦେଉନଥିବା ଏକ ଦୁର୍ଭାଗ୍ୟଜନକ ବିଷୟ ହୋଇଛି । ତେଣୁ ଏସମସ୍ୟାର ସମାଧାନକୁ ନେଇ ବିଭିନ୍ନ ମହଲରେ ଦାବି ହେଉଛି ।



