ତାଳଚେର ପୌରାଚଂଳ ୧୭ନଂ ୱାର୍ଡ଼ରେ କୁଢ଼କୁଢ଼ ଅଳିଆ

ତାଳଚେର, ୧୪/୦୫ ତାଳଚେର ପୌରପରିଷଦ ନିଜର ସୁପରିଚାଳନା ତଥା ସ୍ୱଚ୍ଛ ପରିମଳ ବ୍ୟବସ୍ଥା ପାଇ ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ପୁରଷ୍କାର ଲାଭ କରିଛି । ତେବେ ବର୍ତମାନ ଏହା ପୂର୍ବରୁ କାର୍ଯ୍ୟଧାରାରୁ ସମ୍ପୂର୍ଣ୍ଣ ବିଚ୍ୟୁତ ହୋଇଯାଇଥିବା ଦେଖିବାକୁ ମିଳିଛି । ପୌରାଚଂଳର୨୧ଟି ୱାର୍ଡ଼ ଠାରୁ ଆରମ୍ଭ କରି ତାଳଚେର ଟାଉନ୍ ବିଭିନ୍ନ ୱାର୍ଡ଼ରେ ଥିବା ନାଳନର୍ଦ୍ଦମା ଗୁଡ଼ିକ ସଫାସୁତରା ହେଉ ନଥିବାରୁ ଅଳିଆ ଆବର୍ଜନା ଏଗୁଡ଼ିକ କିଛି କିଛି ଜାଗାରେ ଡ଼୍ର୍ରେନ ଜାମହେବା ସହ ଗୁଡ଼ାଏ ପୋତା ପୁରିଗଲାଣି । ତାଳଚେର ପୌରପରିଷଦ ୧୭ନମ୍ବର ୱାର୍ଡ଼ରେ ଏବେ ସାଜିଛି ନର୍କକୁଣ୍ଡ! ନିୟମିତ ସଫା କରାଯାଉଥିଲେ ହେଁ ପରମଳ ବ୍ୟବସ୍ଥା ଶୂନ ବୋଲି ପ୍ରାୟ ସମୟରେ ୱାର୍ଡ଼ବାସୀମାନେ ଅଭିଯୋଗ କରୁଛନ୍ତି । ୧୭ନମ୍ବର ୱାର୍ଡ଼ରେ ଏତେଶୟ ଆବର୍ଜନା ଏଣେତେଣେ ପଡ଼ିରହି ଆବର୍ଜନା ଗୁଡ଼ିକ ପଚିଷଡ଼ି ଦୁର୍ଗନ୍ଧ ମୟ ପରିସ୍ଥିତ ସୃଷ୍ଟି ହେବା ସହିତ ସତେ ଯେପରି ଡ଼େଙ୍ଗୁକୁ ହାତଠାରି ଡ଼ାକଦେଲା ଭଳି ଅବସ୍ଥା ଉପୁଜୁଛି ବୋଲି ବିଭିନ୍ନ ୱାର୍ଡ଼ବାସୀଙ୍କ ମହଲରୁ ଶୁଣିବାକୁ ମିଳେ । ସରକାର ଡ଼େଙ୍ଗୁ ସଚେତନତାର ବାର୍ତା ବିଜ୍ଞାପନ ମାଧ୍ୟମରେ ପ୍ରକାଶ କରୁଥିବା ବେଳେ ଏଠି ଅଳିଆ ଆବର୍ଜନା ସଠିକ୍ ଭାବେ ସଫାସୁତରା ରହୁନଥିବା କୌଣସି ତତ୍ପରତା ପ୍ରକାଶ ପାଉଥିବା ମନେ ହେଉନାହିଁ । ଗଳିକନ୍ଦିରେ ଏପରି ଅଳିଆ ଆବର୍ଜନା ଏତେତେଣ ପଡ଼ିବା ପୌରପରିଷଦର ନିଜ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି କିଛି ୱାର୍ଡ଼ବାସୀ ମଧ୍ୟ ଏବାବଦରେ ଅଭିଯୋଗ କରିଥାନ୍ତି । ତେଣୁ ତୁରନ୍ତ ସହରର ପରିମଳ ବ୍ୟବସ୍ଥା ଉପରେ ପ୍ରଶାସନ ଗୁରୁତ୍ୱଦେଇ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।



