Spread the love

ବଳରାମ ପ୍ରସାଦ ରେଲୱେ ଟ୍ରାକ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଅନୁଗୋଳ, : ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ କେନ୍ଦୁପାଟଣା ସାହିର ଛବି ବେହେରାଙ୍କ ପୁଅ ଆନନ୍ଦ ବେହେରାଙ୍କ ସନ୍ଦେହଜନକ ମୃତଦେହ ନାଲକୋ ଆସପଣ୍ଡ ନିକଟ ରେଲୱେ ଟ୍ରାକ ନିକଟରୁ ଉଦ୍ଧାର ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଗତକାଲି ରାତିରେ ଗାଡ଼ି ଚଳାଇବା ପାଇଁ ଗାଡ଼ି ମାଲିକ ଅମିତ ସାମଲ ଆନନ୍ଦଙ୍କ ମୋବାଇଲକୁ ଫୋନ୍ କରି ଡାକିଥିଲେ। ଏହାପରେ ଆନନ୍ଦ ଘରୁ ବାହାରି ଯାଇଥିଲେ। କିନ୍ତୁ ସେ ଆଉ ଘରକୁ ଫେରିନଥିଲେ।ଆଜି ସକାଳେ ବିଶେଷ ସୂତ୍ରରୁ ଖବର ପାଇ ଆନନ୍ଦଙ୍କ ସାନ ଭାଇ ସାନନ୍ଦ ବେହେରା ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେଠାରେ ଅନୁଗୋଳ-ତାଳଚେର ରେଲୱେ ଟ୍ରାକ ନିକଟରେ, ଘରଠାରୁ ପ୍ରାୟ ୯୦୦ ମିଟର ଦୂରରେ ଆନନ୍ଦଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।ଘଟଣାକୁ ନେଇ ପରିବାର ଲୋକ ଗଭୀର ସନ୍ଦେହ ପ୍ରକାଶ କରିଛନ୍ତି। ସାନନ୍ଦ ବେହେରା ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ଭାଇଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରି କରିଛନ୍ତି।ଖବର ପାଇ ନାଲକୋ ପୋଲିସ୍‌,ରେଲୱେ ପୋଲିସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ ।

Leave a Reply

Your email address will not be published. Required fields are marked *