ତାଳଚେର ମେଡ଼ିକାଲ କଲେଜକୁ ନେଇ ହଟୁନି ଦ୍ୱନ୍ଦ
ରୋଗୀସେବା କେବେ?
ତାଳଚେର, ୨୫/ ୦୫ ମେଡ଼ିକାଲ କଲେଜୁ ସରକାର ଚଳାଇବା ସମସ୍ତ ଖର୍ଚ୍ଚ ଏମସିଏଲ ବହନ କରିବା ନେଇ ଦୀର୍ଘବର୍ଷରୁ ଘୋଷଣା ସରିଛି । କିନ୍ତୁ ମେଡ଼ିକାଲ କଲେଜ ରୋଗୀସେବା ଆରମ୍ଭ ହୋଇପାରୁନି । ସରକାର ଓ ଏମସସିଏଲ ମଧ୍ୟରେ ତାଳମେଳ ଅଭାବ ହେତୁ ଦିନ ପରେ ଦିନ ଗଡ଼ି ଚାଲିଥିବା ବେଳେ ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଅକ୍ଟୋବରରୁ ମେଡ଼ିକାଲ କଲେଜ ଚାଲିବ ବୋଲି କୁହାଯାଉଥିବା ବେଳେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି ତାଳଚେରବାସୀ । ତାଳଚେର, ଅନୁଗୋଳ, ଢ଼େଙ୍କାନାଳ, ଦେବଗଡ଼, କେନ୍ଦୁଝର ଓ ଏହାର ଆଖପାଖ ଅଂଚଳକୁ ମେଡ଼ିକାଲ ଶିକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ମେଡ଼ିକାଲ ସାଇନ୍ସ ଆଣ୍ଡ ରସର୍ଚ୍ଚ (ମିମସାର) ଭିତିପ୍ରସ୍ତର ସ୍ଥାପନ ହୋଇଥିଲା । ଏହି ମେଡ଼ିକାଲ କଲେଜ ୨୦୧୯ରେ ଆରମ୍ଭ ହୋଇ ମେଡ଼ିକାଲ କଲେଜର ନୂତନ କୋଠା ନିର୍ମତ ହୋଇଥିଲା । କିନ୍ତୁ ଏହା ଚଳାଇବାରେ ସରକାର ଓ ଏମସିଏଲ ମଧ୍ୟରେ ସହମତି ହୋଇପାରି ନଥିଲା । ତେଣୁ ଉଦଘାଟନ ପରଠାରୁ ଏହା ଭୂତକୋଠି ହୋଇ ପଡ଼ି ରହିଛି । ରାଜ୍ୟ ସରକାର ଏହାର ପରିଚାଳନା ଭାରନେବାକୁ ରାଜି ହୋଇନଥିବାରୁ ଏମସିଏଲ ଏହାର ଟେଣ୍ଡର ପ୍ରକ୍ରିୟା ଡ଼ାକିଥିଲା । କିନ୍ତୁ ବିଭିନ୍ନ କାଣରୁ ଏହା ଚୂଡ଼ାନ୍ତ ରୂପ ନେଇ ପାରିନଥିଲା । ତେବେ ତାଳଚେରବାସୀ ଚହାନ୍ତି କି ମେଡ଼ିକାଲ କଲେଜ ସରକାର ଚଳାନ୍ତୁ ବୋଲି ଦାବି କରିଆସୁଛନ୍ତି । ଗତବର୍ଷ ଏପ୍ରିଲ ୨୧ତାରିଖରେ ଏଥିନେଇ ଏମସିଏଲ କର୍ତୁପକ୍ଷ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ସରକାର ମେଡ଼ିକାଲ କଲେଜ ଚଳାଇବାକୁ ଏମସିଏଳକୁ ଅନୁରୋଧ କରିଥିଲେ । ମେଡ଼ିକାଲ କଲେଜର ସମସ୍ତ ଖର୍ଚ୍ଚ ଏମସିଏଲ ବହନ କଲେ ରାଜ୍ୟ ସରକାର ଚଳାଇବାକୁ ରାଜି ହୋଇଥିଲେ । ରାଜ୍ୟ ସରକାର ପ୍ରସ୍ତାବରେ ଏମସିଏଲ ରାଜି ହୋଇଥିଲା ତେଣୁ ମେଡ଼ିକାଲ କଲେଜ ଖୋଲିବା ନେଇ ବାଟ ଫିଟିଥିବା କୁହାଯାଉଥିଲା । ଏହାପରେ କିନ୍ତୁ ସରକାର ଓ ଏମସିଏଲ ମଧ୍ୟରେ ସମନ୍ୱୟ ଅଭାବରୁ ଏହା ଖୋଲିପାରି ନାହିଁ । ରୋଗୀସେବା ଆରମ୍ଭ ନେଇ ଏକାଧିକ ବୈଠକ ବସିଛି, କିନ୍ତୁ ଫଳଶୂନ! ବିଭିନ୍ନ କମିଟି ଗଠନ କରାଯାଇଛି କାର୍ଯ୍ୟକାରୀ ନାହିଁ । ମେଡ଼ାକାଲ କଲେଜକୁ କାର୍ଯ୍ୟକ୍ଷମ କରାଇବା ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଉଛି । ଅକ୍ଟୋବର ମାସଠାରୁ ଚିକିତ୍ସା ସେବା ରୋଗୀମାନଙ୍କ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଚାଲିଛି, ବର୍ଷ ପରେ ବର୍ଷ ଗଡ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ୧୯/୦୫/୨୦୨୬ ଅସ୍ୱସ୍ଥି ଏସ୍ କମିଶନର ସ୍ୱାସ୍ଥ୍ୟ ସେକ୍ରାଟାରୀ ତାଳଚେର ମେଡ଼ିକାଲ କଲେଜ ସୁପରିଟେଣ୍ଡଟକୁ ଅନୁଗୋଳରୁ ପର୍ଯ୍ୟାୟକ୍ରମେ ତାଳଚେରକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଥିବା ପୂର୍ବତନ ପାଲହଡ଼ା ବିଧାୟକ ବିଭୂଧେନ୍ଦୁ ପ୍ରତାପ ଦାସ ତାଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ତେବେ ଦେଖିବା ଏହା କେତେ ଦୂର କାର୍ଯ୍ୟକାରୀ ହେଉଛି ଓ ସାଧାରଣ ଜନତା ଏଥିରୁ କେତେ ଉପକୃତ ହୋଇପାରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ ।

May 25, 2026/
No Comments


