Spread the love

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ରାଜ୍ୟ ସ୍ତରୀୟ ସମାରୋହରେ ଯୋଗଦେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର, ୨୭/୦୯: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଜି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହେବ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନର ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା ଷ୍ଟେଟ୍ କନଭେନସନ୍ ସେଣ୍ଟରରେ ପୂର୍ବାହ୍ନ ୧୦ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ।

ସମାରୋହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗଦେବେ। ଏହାସହ ବିଭାଗର ବରିଷ୍ଠ ଅଧିକାରୀ ଓ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ରହିବେ।

ବିଶ୍ୱ ପର୍ଯ୍ୟଟନ ଦିବସ ପାଳନର ଅଂଶ ଭାବେ ରାଜ୍ୟର ପର୍ଯ୍ୟଟନ ସମ୍ଭାବନା, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ଓଡ଼ିଶାକୁ ପର୍ଯ୍ୟଟନ ମାନଚିତ୍ରରେ ଅଧିକ ପ୍ରମୁଖ କରିବା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯୋଗଦେଇ ସମାରୋହର ସମ୍ବାଦ ପ୍ରସାରଣ ଓ କଭରେଜ୍‌ ପାଇଁ ଆମନ୍ତ୍ରଣ କରାଯାଇଛି। ମିଡିଆ ପ୍ରତିନିଧିମାନେ ଗେଟ୍ ନମ୍ବର-୫ ଦେଇ ପ୍ରବେଶ କରିବେ।

Leave a Reply

Your email address will not be published. Required fields are marked *