ନୂତନ ଜିଲ୍ଲା କଂଗ୍ରେସ ସଭାପତି ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଓ ସାଙ୍ଗଠନିକ କର୍ମୀ ସମ୍ମିଳନୀ

ନୂତନ ଜିଲ୍ଲା କଂଗ୍ରେସ ସଭାପତି ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଓ ସାଙ୍ଗଠନିକ କର୍ମୀ ସମ୍ମିଳନୀ
ଜେ ବି ଏନ, ୧୫/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଓ ହିନ୍ଦୋଳ N. A. C. ର ଆଗ ଧାଡ଼ିର ସକ୍ରିୟ କଂଗ୍ରେସ କର୍ମୀ ମାନେ ସାତମାଇଲ ହାଟ ପଡିଆରେ ଏକତ୍ରିତ ହୋଇ ଜିଲ୍ଲାର ନବ ନିଯୁକ୍ତ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ସରୋଜ ପଟ୍ଟନାୟକ ଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରିବା ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଯୁକ୍ତ ତ୍ରିନାଥ ବେହେରା ଙ୍କ ସଭାପତିତ୍ବ ରେ ଏକ କର୍ମୀ ସମ୍ମିଳନୀ କରାଯାଇଥିଲା l ଏଥିରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ଦାସ, ପୂର୍ବତନ ଜିଲ୍ଲା ସଭାପତି ସୁରେଶ ପାଣିଗ୍ରାହୀ, ନୂତନ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ମମତାଞ୍ଜଳୀ ବେହେରା, ଛବିରାଜ ବିଶ୍ୱାଳ ରତିକାନ୍ତ ପଟ୍ଟନାୟକ, ସୁବାସ ପାଳ, ବିଶ୍ୱେଶ୍ୱର ସେଠି, ମହେଶ୍ୱର ନାଏକ, ସୁରେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ସମେତ ତିରିଶ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ l ସମସ୍ତେ ହିନ୍ଦୋଳ ରେ ପୁନର୍ବାର କଂଗ୍ରେସ କୁ ସୁଦୃଢ କରିବା ନିମନ୍ତେ ଦୃଢ ସଂକଳ୍ପ ନେଇଥିଲେ l କଂଗ୍ରେସ ମଜଭୁତ ବିଷୟରେ ସେମାନେ କଣ କୁହନ୍ତି ପଚାରି ବୁଝିବା l




