
ନା ନିଜେ ସଚେତନ ରହୁଛନ୍ତି ନା ଅନ୍ୟକୁ ସଚେତନ କରୁଛନ୍ତି
(ଜେ ବି ଏନ /ସୁବ୍ରତ କୁମାର) ୧୫/୧୨ /୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳରେ ଥିବା ବ୍ୟାଙ୍କ କର୍ମଚାରୀ ମାନଙ୍କ ମଧ୍ୟରେ ରହୁଛି କରୋନା ସଚେତନତାର ଅଭାବ।

କିଛି କର୍ମଚାରୀ ମାକ୍ସ ପିନ୍ଧି ନଥିବା ବେଳେ କିଛି କର୍ମଚାରୀମାନେ ମାକ୍ସ ବେକରେ ମାଳ ପିନ୍ଧି ଥିବା ଭଳି ପିନ୍ଧୁଛନ୍ତି। ବ୍ୟାଙ୍କ ମଧ୍ୟରେ ଆହେତୁକ ଭିଡ ଲାଗୀ ରହୁଥିବା ବେଳେ ନା ବ୍ୟାଙ୍କ କର୍ମଚାରୀ ମାନେ ବ୍ୟାଙ୍କ ବାହାରେ ଗ୍ରାହାକ ମାନଙ୍କ ପାଇଁ ଟାଣିଛନ୍ତି ସାମାଜିକ ଦୂରତା ର ପ୍ରତିବନ୍ଧ। ଏହିପରି ଦେଖିବାକୁ ମିଳିଥିଲା ବ୍ଲକ୍ ଓ ଥାନା ନିକଟରୁ ମାତ୍ର ୧୦୦ ମିଟର ଦୂରରେ ଥିବା ୟୁକୋ ବ୍ୟାଙ୍କ ମଧ୍ୟରେ ।ଏହି ପ୍ରକାର ଆଇନ୍ ଉଲଙ୍ଘନ କାରୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ନଜରରେ ନଆସିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-20-scaled.jpg)


