Spread the love

ବ୍ରହ୍ମପୁର: ପୁଅର କାଠ ଫାଳିଆ ମାଡରେ ବାପରେ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଗୋସାଣି ନୂଆଗାଁ ତୋଟା ସାହିରେ ଘଟିଛି। କୌଣସି କାରଣରୁ ବାପାଙ୍କ ସହ ପାଟିତୁଣ୍ଡ ହେବା ପରେ ପୁଅ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ବାପର ମୃତ୍ୟୁ ଘଟିଛି। ପୁଅ କୁ ଅଟକ ରଖିଛି ପୋଲିସ।

ସୁଚନା ଅନୁଯାୟୀ, ମୃତ ଶରତ ମହାନ୍ତି ପରିବାର ସହ ତୋଟା ସାହିରେ ବାସ କରୁଥିଲେ ଓ ବଡ ପୁଅ ସମ୍ପତି ପାଇଁ ପିତା ସହ ଅନେକ ଥର ଗଣ୍ଡଗୋଳ କରୁଥିଲା।

ଗତକାଲି ସନ୍ଧ୍ୟାରେ ହଠାତ୍ ଆସି ପିତା ସହ ପାଟିତୁଣ୍ଡ କରି ଏକ କାଠଫାଳିଆରେ ଆକ୍ରମଣ କରିଥିଲା। ଫଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

You missed