Spread the love

ନୀଳକଣ୍ଠେଶ୍ୱର ମନ୍ଦିରରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି


ବ୍ରହ୍ମପୁର, ୧୯/୬ : ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଅବସରରେ ସ୍ଥାନୀୟ ନୀଳକଣ୍ଠେଶ୍ୱର ମନ୍ଦିର ପକ୍ଷରୁ ମହା ଆଡ଼ମ୍ବରରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ଭଳି ଗୁରୁବାର ଭୋରରୁ ମହାପ୍ରଭୁ ବାବା ନୀଳକଣ୍ଠେଶ୍ୱରଙ୍କୁ ମହାସ୍ନାନ, ଆଳତି,ବାଳଭୋଗ,ମଙ୍ଗଳ ଆଳତି ପରେ ରୁଦ୍ରାଭିଷେକ ଦେବ ନିତି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦେବ ଦମ୍ପତି ହରପାର୍ବତୀଙ୍କ ବିବାହ ନିମନ୍ତେ ମାଁ ବାପଘର ପକ୍ଷରୁ ସଂନ୍ଧ୍ୟାରେ ବାବାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପାର୍ବତୀଙ୍କ ବାପା ଭାବରେ ପୁରୋହିତ ଚନ୍ଦ୍ର ଶେଖର ପ୍ରତିନିଧି ଓ ବାବା ନୀଳକଣ୍ଠେଶ୍ବରଙ୍କ ବାପା ଭାବରେ ପୁଜକ କୈଳାସ ଚନ୍ଦ୍ର ରାଉଳ ରହିଥିବା ବେଳେ ସଂନ୍ଧ୍ୟାରେ ବାଟ ବରଣ କରି ମନ୍ଦିରର ଅନ୍ୟ ପୂଜକ ଏବଂ ସେବକଙ୍କ ତତ୍ତ୍ବାବଧାନରେ ମନ୍ଦିର ପରିସରରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁରୋହିତ ଚନ୍ଦ୍ର ଶେଖର ପ୍ରତିନିଧି,ମନ୍ଦିର ମେନେଜିଂ ଟ୍ରଷ୍ଟି ଜଗଦୀଶ ପାଣିଗ୍ରାହୀ, ସଭାପତି କାଳିଙ୍କି ଚରଣ ପାତ୍ର,ସମ୍ପାଦକ ଦାଶରଥି ବେହେରା,ସହ ସମ୍ପାଦକ ବି.ପ୍ରଶାନ୍ତ ପାତ୍ର,ଜଗନ୍ନାଥ ପଣ୍ଡା,ବିକି ରାଉଳ,ଦାମୋଦର ପାଣିଗ୍ରାହୀ,ମନୋଜ ପଣ୍ଡା,ଭୈରବୀ ସ୍ୱାଇଁ,ସୋନିଆ ସେଠୀ,ଶ୍ରୀନିବାସ ରାଓ, ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ, କର୍ପୋରେଟର ଗୀତାଞ୍ଜଳି ପଣ୍ଡା, ବିଜେଡ଼ି ନେତା ଦୁର୍ଗା ପ୍ରସାଦ ପଣ୍ଡା,ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ସାହୁ,ଅନନ୍ତ ରାମ ପ୍ରଧାନ,ପ୍ରଫୁଲ୍ଲ ବେହେରା,ସୁବ୍ରମଣ୍ୟମ ସ୍ୱାମୀ ପ୍ରମୁଖଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମନ୍ଦିର ପରିଚାଳନା କମିଟି ସଭ୍ୟ,ବହୁ ଶ୍ରଦ୍ଧାଳୁ ଏବଂ ଭକ୍ତ ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗ ଦେବା ସହ ଶୀତଳଷଷ୍ଠୀ ଯାତ୍ରାରେ ଉପସ୍ଥିତ ରହି ଦେବ ଦମ୍ପତିଙ୍କ ଶୁଭ ଆଶ୍ରୀବାଦ ଗ୍ରହଣ କରିଥିଲେ । ଏହି ଅବସରରେ ଲିଆ,ଉଖୁଡା,ପାଳୁଅ
ମିଠା, ଆମ୍ବ ପଣସ ଆଦି ବିଭିନ୍ନ ପ୍ରକାରର ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ବଣ୍ଟନ କରାଯାଇଥିଲା । ଶୁକ୍ରବାର ସଂଧ୍ୟାରେ ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ଭକ୍ତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ରାତ୍ରିରେ ଦେବ ଦମ୍ପତି ନଗର ପରିକ୍ରମା କରିବା ସହ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।

Leave a Reply

Your email address will not be published. Required fields are marked *