Spread the love

ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଯାଜପୁର —– ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ କପିଳା ପଞ୍ଚାୟତର ରାହାସଗୁହାରି ସ୍ଥିତ ଭାସ୍କର ସାମଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀନବନ୍ଧୁ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଂଝାରପୁର ର ବିଧାୟିକା ତଥା ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗଦେଇ ଥିଲେ।। ସମ୍ମାନିତ ଅତିଥିଭାବେ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ , ପୃର୍ବତନ ଶିକ୍ଷାଅଧିକାରୀ ପ୍ରମୋଦ ସାମଲ, ବ୍ରଜକିଶୋର ସାମଲ, ଏମ୍ସ ମେଡିକାଲର ପ୍ରଫେସର କାଳନ୍ଦୀ ବାରୀକ, ବିଂଝାରପୁର ଓଷ୍ଟା ର ସଂପାଦକ ସନ୍ତୋଷ କୁମାର ମିଶ୍ର, ସରପଞ୍ଚ ଦେବବ୍ରତ ସେଠି, ସମିତି ସଭ୍ୟା ଙ୍କ ପ୍ରତିନିଧି ଉମାକାନ୍ତ ମଲ୍ଲୀକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।

ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଗଦାଧର ପଢିଆରି ଯୋଗଦେଇ ଥିଲେ। ବକ୍ତାମାନେ ମତବ୍ୟକ୍ତ କରିଥିଲେ ଯେ ପ୍ରଧାନଶିକ୍ଷକ ଦୀନବନ୍ଧୁ ସାହୁ ଜଣେ ଏକାଧାରରେ ଛାତ୍ର ବତ୍ସଳ,ସେହ୍ନି, ଏବଂ ଛାତ୍ର ଛାତ୍ରୀ ମାନଙ୍କର ଶ୍ରେଷ୍ଠ ପ୍ରଧାନଶିକ୍ଷକ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ମଞ ପରିଚାଳନା କରିଥିଲେ ଶିକ୍ଷକ ଅକ୍ଷୟ କୁମାର ସେଠି। ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ରାମଚନ୍ଦ୍ର ନାୟକ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଗଣେଶ ସାମଲ,ଅନିଲ କୁମାର ସାମଲ,ପ୍ରଭାକିଶୋରି ସାମଲ, ହିତାଂଶୁ ଶେଖର ସିଂହ ଏବଂ ପ୍ରଧାନଶିକ୍ଷକ ଦାୟିତ୍ୱ ରେ ଥିବା ପ୍ରେମଲତା ଦାଶ,ପୃର୍ବତନ ପ୍ରଧାନଶିକ୍ଷକ ପ୍ୟାରିମୋହନ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।ପୁରାତନ ଛାତ୍ରଛାତ୍ରୀ ଅମରେନ୍ଦ୍ର ବେହେରା,ନରେଶ ସାମଲ, ନରୋତ୍ତମ ସାମଲ, ତାରାକାନ୍ତ ସାମଲ,ନମିତା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

You missed