Spread the love

କେନ୍ଦୁଝର ବନଖଣ୍ଡରେ ଗୋଠଛଡ଼ା ଦନ୍ତାହାତୀର ଉତ୍ପାତ୍, ଘରଭାଙ୍ଗୀ ଖାଇଗଲା ଚାଉଳ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଥମିବାର ନାଁ ଧରୁନୀ ଜଙ୍ଗଲି ହାତୀଙ୍କ ଉତ୍ପାତ। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତାହାତୀର ଉପଦ୍ରବ। ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଲା ଗୋଠଛଡ଼ା ଦନ୍ତାହାତୀ। ଗତ ସପ୍ତାହରେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ଚମ୍ପୁଆ ରେଞ୍ଜକୁ ପଶି ଆସିଥିବା ଦୁଇଟି ହାତୀ ମଧ୍ୟରୁ ଗୋଟିଏ ହାତୀ ଗତକାଲି ରାତି ଚମ୍ପୁଆ ବ୍ଲକ ଯାମୁଦଲକ ଗ୍ରାମର ମିଥୁନ ମୁଣ୍ଡାର ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ଯାଇଛି । ହାତୀ ଗାଁ ରେ ପଶିବା ଜାଣି ରାତିରେ ତାଙ୍କ ପରିବାର ଘରୁ ବାହାରି ଯାଇଥିବା ବେଳେ ହାତୀଟି ଦୀର୍ଘ ସମୟ ଧରି ଗ୍ରାମରେ ଉତ୍ପାତ ଜାରି ରଖିଥିଲା । ପରେ ଖବର ପାଇ ବନ ବିଭାଗ ଗ୍ରାମର ଲୋକଙ୍କ ସହାୟତାରେ ହାତୀକୁ ଘଉଡେଇବାରୁ ହାତୀଟି ନିକଟସ୍ଥ ଜଙ୍ଗଲ କୁ ଚାଲିଯାଇଯାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *