Spread the love

ଯନ୍ତର ମନ୍ତରର ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ପ୍ରତିବାଦରେ ଆପ୍ ର ଶାନ୍ତିପୂର୍ଣ୍ଣ ଧାରଣା ଓ ନିନ୍ଦା

ଢେଙ୍କାନାଳ : ଯନ୍ତର ମନ୍ତରର ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ପ୍ରତିବାଦରେ ଆମ୍ ଆଦମୀ ପାର୍ଟିର ନିନ୍ଦା ଓ ସ୍ଥାନୀୟ ଗାନ୍ଧୀପାର୍କ ଠାରେ ଶାନ୍ତିପୂର୍ଣ୍ଣ ଧାରଣା। ଦିଲ୍ଲୀ ଯନ୍ତର ମନ୍ତରରେ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଛି। ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଗତ 20 ତାରିଖ ଦିନ ଆନ୍ଦୋଳନ କାରୀ ଶାନ୍ତିପୂର୍ଣ୍ଣ ଭାବେ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଯାତ୍ରା ଅଭିଯାନ କରିଥିଲେ। କେନ୍ଦ୍ର ସରକାର ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ଦିଲ୍ଲୀ ପୋଲିସ ଓ ବିଜେପିର ଗୁଣ୍ଡା ମାନଙ୍କ ଦ୍ୱାରା ଯେଉଁଭଳି ବର୍ବିରୋଚିତ ଆକ୍ରମଣ କଲେ, ତାହାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। ସମଗ୍ର ବିଶ୍ୱରେ ଏହାକୁ ନିନ୍ଦା କରାଯାଇଛି।ମୋଦି ସରକାରଙ୍କ ଏହି ବର୍ବରଚିତ ଆକ୍ରମଣକୁ ବିଭିନ୍ନ ସଂଗଠନ ଓ ଆପ୍ ପକ୍ଷରୁ ନିନ୍ଦା କରାଯାଇଛି। ସରକାର ଅତିଶୀଘ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ର ଉପରେ ଆକ୍ରମଣ କାରୀଙ୍କୁ ଦଣ୍ଡବିଧାନ ଓ ଶିକ୍ଷା ସଂସ୍କାର ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଆଜି ଆପ୍ ଏବଂ ଅନ୍ୟ ସାମାଜିକ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଗାନ୍ଧୀପାର୍କ ଠାରେ ଆୟୋଜିତ ପ୍ରତିବାଦ ସଭାରେ ସାମାଜିକ କର୍ମୀ ବିନୟ ସାହୁ, ଆପ୍ ର ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ, ଲୋକସଭା ପ୍ରଭାରୀ ପଙ୍କଜ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ଉପସଭାପତି ବିଜୟ କୁମାର ଦାସ, ସଦର ବ୍ଲକ ଉପସଭାପତି ପ୍ରସନ୍ନ ବରାଳ, ସଦସ୍ୟ ଜୟନ୍ତ ଦାସ, ଗୋବିନ୍ଦ ସାହୁ, ପ୍ରମୁଖ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ।

Leave a Reply

Your email address will not be published. Required fields are marked *

You missed