Spread the love

ପୈରାଣିକ ଉପନ୍ୟାସ ନାସ୍ତିକ ଏବଂ ପ୍ରାଣକୃଷ୍ଣ ସାହୁଙ୍କ ଏ ଯୁଗର ଗୀତାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଯାଜପୁର _ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ଅରେଇ ପଞ୍ଚାୟତର ବରୁଣେଶ୍ଵର କଲ୍ୟାଣ ମଣ୍ଡପ ଠାରେ ଲେଖକ ଜଗନ୍ନାଥ ଧଳଙ୍କ ପୈରାଣିକ ଉପନ୍ୟାସ ନାସ୍ତିକ ଏବଂ ଲେଖକ ଗାୟକ ପ୍ରାଣକୃଷ୍ଣ ସାହୁଙ୍କ ଏ ଯୁଗର ଗୀତା ର ଲୋକାର୍ପଣ ହୋଇଯାଇଛି।ଏଥିରେ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୁପତି ଭୁଷଣ ମିଶ୍ର, ଅଧ୍ୟାପକ ଦାମୋଦର ବେହେରା, ଖରସ୍ରୋତା ପୁସ୍ତକ ମେଳା କମିଟି ର ସଭାପତି ପଦ୍ମାକର ଗୁରୁ, ଅଧ୍ୟାପକ ଅଜୟ ଓଝା, ଶିକ୍ଷାବିତ ରବିନ୍ଦ୍ର ପରିଡା, ଶିକ୍ଷାବିତ ନକୁଳ ଚରଣ ନାଥଶର୍ମା ପ୍ରମୁଖ ଯୋଗଦେଇ ଥିଲେ।ଲେଖକ ଜଗନ୍ନାଥ ଧଳଙ୍କ ଏହା ୩୭ ତମ ପୁସ୍ତକ ଏବଂ ଲେଖକ ପ୍ରାଣକୃଷ୍ଣ ସାହୁଙ୍କ ଏହା ୧୦ ତମ ପୁସ୍ତକ ବୋଲି ପ୍ରକାଶ କରିଥିଲେ।ଏହି ଉତ୍ସବରେ ଆଡଭୋକେଟ୍ ଅମ୍ବିକା ପ୍ରସାଦ ସାମଲ,କବି ସନ୍ତୋଷ ବେଉରିଆ,ସରୋଜ ମଲ୍ଲିକ,ଭାରତ ଭୁଷଣ ମଲ୍ଲୀକ, ପ୍ରମୋଦ ସାମଲ, ନାରାୟଣ ଚନ୍ଦ୍ର ଦାସ, ଶରତ ଚନ୍ଦ୍ର ପରିଡ଼ା, ଚନ୍ଦ୍ରଶେଖର ନାୟକ, ସରପଞ୍ଚ କାର୍ତ୍ତିକ ଧଳ, ନଟବର ଦାସ, ତ୍ରିଲୋଚନ ପତି, ବିପିନ ବିହାରୀ ବଳ,ପ୍ରଦୀପ ମଲ୍ଲିକଙ୍କ ସମେତ ବହୁ କବି,ଲେଖକ ଯୋଗଦେଇ ଥିଲେ।ପ୍ରକାଶକ ଶିକ୍ଷାବିତ ନକୁଳ ଚରଣ ଯେନା,ସବୁଜ ଓଡ଼ିଶାର ସଂପାଦକ ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *