Spread the love

ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ
ସାଉଥବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ୨୪.୯.୨୬ ତାରିଖ ରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡ. ବଳଭଦ୍ର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ପ୍ରୋଗ୍ରାମ ଅଫିସର ଡ. ମଧୁମିତା ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବରିଷ୍ଠ ରାଜନୀତି ବିଭାଗର ଅଧ୍ୟାପିକା ଡଃ ମନ୍ଦ।କିନୀ ତୁଙ୍ଗ,ଇତିହାସ ବିଭାଗର ଅଧ୍ୟାପିକା ସୁଚିସ୍ମିତା ସାମଲ,କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉପାଦେୟତା ଉପରେ ନିଜର ମତ ଉପସ୍ଥାପନ କରିଥିଲେ।ଏହି ଅବସର ରେ ମହାବିଦ୍ୟାଳୟ ରେ ସଫେଇ କାର୍ଯ୍ୟ କରାଯାଇଥିଲା।ଜାତୀୟ ସେବା ଯୋଜନା ମିଳିତ ବିଭାଗ ର ସମସ୍ତ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *