୭ଟି ଜିଲ୍ଲାରେ ବୁଲୁଛି କୋଭିଡ଼ ସଚେତନତା ରଥ

ଜେ ବି ଏନ, ୨୬/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : କରୋନା ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ , ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫର ମିଳିତ ସହଯୋଗରେ କଟକ , ବାଲେଶ୍ଵର , ଯାଜପୁର , କେନ୍ଦ୍ରାପଡା , ଜଗତସିଂହପୁର , ଗଞ୍ଜାମ ଏବଂ ଖୋର୍ଦ୍ଧା ସମେତ ୭ଟି ଜିଲ୍ଲାରେ କୋଭିଡ୍ ସଚେତନତା ରଥ ପରିଭ୍ରମଣ କରି ଚାଲିଛି । ଗତ ୨୫ ଡିସେମ୍ବର ଠାରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଦୁଇଟି ଭିନ୍ନ ଭିନ୍ନ ଲୋକକଳା ଦଳକୁ ସାମିଲ କରାଯାଇ ଲୋକଙ୍କୁ କୋଭିଡ୍ ସଂକ୍ରାନ୍ତରେ ସଚେତନ କରାଯିବ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । #CovidAppropriateBehaviour



