ସାମ୍ବାଦିକଙ୍କ ପ୍ରତି ଆକ୍ରମଣକୁ ବିରୋଧ କରି ଅନୁଗୁଳ ଜିଲ୍ଲାର ସାମ୍ବାଦିକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଜେ ବି ଏନ, ୨୬/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଅନୁଗୋଳ : ଅସୁରକ୍ଷିତ ହୋଇପଡ଼ିଛିନ୍ତି ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧି। ବିଭିନ୍ନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଦେଖିବାକୁ ମିଳୁଛି । ନୟାଗଡ଼ର ଯଦୁପୁରରେ ଖବର ପ୍ରସାରଣ ବେଳେ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ଏହାକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଉ ଅଛି । ସାମ୍ବାଦିକଙ୍କ ପ୍ରତି ଆକ୍ରମଣକୁ ବିରୋଧ କରି ଆଜି ଅନୁଗୁଳ ଜିଲ୍ଲାର ସାମ୍ବାଦିକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗାନ୍ଧି ଉଦ୍ୟାନରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ବସି ଦୋଷୀଙ୍କୁ ଗିରଫ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏଥିସହିତ ସରକାର ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ୍ ଆଣନ୍ତୁ ବୋଲି ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଦାସ , ସୁବାସ ସାହୁ , ରତ୍ନାକର ଭୋଇ , ସୁଶାନ୍ତ କୁମାର ସେଠ, ସୁଶାନ୍ତ କୁମାର ସାହୁ , ସମରେଶ ନାଥ , ଶୁଭ୍ରାଂଶୁ ପ୍ରଧାନ , ଜ୍ୟୋତି ରଞ୍ଜନ ସାହୁ , ରଘୁ ନାଥ ସାହୁ , ସଞ୍ଜିବ ମାଣ୍ଡାଠିଆ , ପ୍ରତାପ ବିଶ୍ୱାଳ , ଶୁଭରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ ।



