ଅଜଣା ଗାଡି ଧକ୍କାରେ ଯୁବକ ମୃତ

ଜେ ବି ଏନ, ୨୬/୧୨/୨୦୨୦, (ରିପୋର୍ଟ, ବ୍ୟୁରୋ, JRP), ଜଗତସିଂହପୁର : ଜଗତସିଂହପୁର ମାଛଗାଁ ରାସ୍ତା ଚାନ୍ଦଗଡ଼ ଛକ ନିକଟରେ ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀ ମୃତ୍ୟୁ ହୋଇଛି ! ଯାଜପୁର ଜିଲ୍ଲାର ବ୍ରାହ୍ମବରଦା ଗ୍ରାମର ଶେଖ ଅବସ ଙ୍କ ପୁଅ ଶେଖ ଆଲମୁଦ୍ଦିନ ମୃତ୍ୟୁ ହୋଇଥିବା ଜଣାପଡିଛି ! ଶେଖ ଆଲମୁଦ୍ଦିନ କିଛି ଦିନ ହେବ ଜଗତସିଂହପୁର ଥାନା ଅନ୍ତର୍ଗତ ସିଂଘପୁର ଗ୍ରାମରେ ଶଶୁର ଘରେ ରହି ଆସୁଥିଲେ l ଆଜି ସକାଳୁ ତାଙ୍କ ଦେଢ଼ ବର୍ଷର ଝିଅର

ଜନ୍ମ ସାର୍ଟିଫିକେଟ ପାଇଁ ଏକ ଗ୍ଲାମର ବାଇକ ରେ ଜଗତସିଂହପୁର ଆସୁଥିଲେ ! ତାଙ୍କୁ କେହି ଅଜଣା ଗାଡ଼ି ଧକ୍କା ଦେବାରୁ ସକାଳୁ ସେଠି ପଡିରହିଥିଲେ ! ସେଠାରୁ କୌଣସି ସୂତ୍ରରୁ ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳ ରେ ପହଂଚି ଦୃଘଟଣା ବ୍ୟକ୍ତି ଙ୍କୁ ଉଦ୍ଧାର କରି ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ! ତାଙ୍କ ମୃତ୍ୟୁ ଖବର ପାଇଁ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ଦେଢ଼ ବର୍ଷର ଝିଅ ଙ୍କ ସହ ସପରିବାର ଆସିଯାଇଥିଲେ ! ତାଙ୍କ ମର ଶରୀର ଦେଖି ଜଗତସିଂହପୁର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ସିଂହାରପୁର ରେ ଶୋଳ୍କର ଛାୟା ଖେଳି ଯାଇଛି !



