ଟ୍ରକ କୁ ଧକ୍କା ଦେଲା ବସ
ଜୀବନ ହାନି ରୁ ଅଳ୍ପକେ ରକ୍ଷା ପାଇଗଲେ ଯାତ୍ରୀ
(ଜେ ବି ଏନ /ସୁଶାନ୍ତ କୁମାର) ୨୬/୧୨/୨୦୨୦ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତ ରେ ଦେଇ ଯାଇଥିବା ୫୫ନମ୍ବର୍ ଜାତୀୟ ରାଜପଥ ରେ ଟ୍ରକ କୁ ଧକ୍କା ଦେଲା ବସ। ଜୀବନ ହାନି ରୁ ଅଳ୍ପକେ ବର୍ତ୍ତୀ ଗଲେ ଯାତ୍ରୀ। ଅନୁଗୋଳ ରୁ ଯାତ୍ରୀ ନେଇ କଟକ ଅଭିମୁଖେ ଯାତ୍ରା କରୁଥିବା (୪୦ ରୁ ଉର୍ଦ୍ଧ) ଯାତ୍ରୀ ବାହି ବସ ଆନନ୍ଦ ( OD05AF 9188)ସାମଲ କେୟାର ହସ୍ପିଟାଲ ନିକଟରେ ଏକ କଣ୍ଟେନର ଟ୍ରକ(HR38AA5504) କୁ ଦ୍ରୁତଗତିରେ ଓଭର ଟେକ୍ କରୁଥିବା ସମୟରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଯାତ୍ରୀ ମାନେ ଜୀବନ୍ ରକ୍ଷା ପାଇବା ପାଇଁ ହାଲ୍ଲା କରୁଥିବା ବେଳେ ଡ୍ରାଇଭର ଅଟକାଇ ନଥିଲେ।ଜାତୀୟ ରାଜପଥ ରେ କିଛି ଦୂର ଗଲାପରେ ବାଧ୍ୟ ହୋଇ ଗାଡି ଅଟକାଇ ଥିଲା।
ଯାତ୍ରୀ ମାନେ ଜୀବନ ବିକଳ ରେ ଓହ୍ଲାଇ ପଡି ଥିଲେ। କିଛି ସମୟ ଘଟଣାସ୍ଥଳରେ ଉତେଜିତ୍ତ ହେବାପରେ ଯାତ୍ରୀ ମାନେ ପରବର୍ତ୍ତି ଶିବାନୀ ନାମକ ବସ ରେ ଘଟଣାସ୍ଥଳରୁ ବାହାରି ଥିଲେ ଯାତ୍ରୀ ମାନେ କହିବା ଅନୁଯାୟୀ ଡ୍ରାଇଭର ଅତ୍ୟଧିକ ଗାଡି ସ୍ପିଡ୍ ଥିଲା ଯାହାକି ଦୂର୍ଘଟଣା ର କାରଣ। ସ୍ଥାନୀୟ ଲୋକଙ୍କ ଦାବି ବସ ଚାଳକ ପ୍ରତି ସରକାର ଓ ବସ ମାଲିକ ଧ୍ୟାନ ଦେବା ସହ ଯାତ୍ରୀ ଙ୍କ ସୁରକ୍ଷା ଦେଖନ୍ତୁ।



